Categories: ଜାତୀୟ

ଅପହୃତା ନାବାଳିକାଙ୍କୁ ଖୋଜିବା ପାଇଁ ପୋଲିସ ମାଗୁଛି ପେଟ୍ରୋଲ !

ଲକ୍ଷ୍ନୌ, ୨।୨: ଉତ୍ତରପ୍ରଦେଶର କାନପୁର ଜିଲାରେ ଗୁଡ଼ିଆ ନାମ୍ନୀ ଜଣେ ଦିବ୍ୟାଙ୍ଗ ମହିଳା ପୋଲିସ ବିଭାଗ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ନାବାଳିକା ଝିଅଙ୍କୁ ଗତ ମାସରେ ଜଣେ ସମ୍ପର୍କୀୟ ଅପହରଣ କରିନେଇଥିବା ସେ କହିଛନ୍ତି। ତେବେ ଏନେଇ ସେ ପୋଲିସଙ୍କ ସହାୟତା ଲୋଡ଼ିଥିଲେ। ମାତ୍ର ତାଙ୍କ ଝିଅଙ୍କୁ ଖୋଜିବା ପାଇଁ କେତେକ ଖାକି ବାବୁ ଗାଡ଼ିରେ ପେଟ୍ରୋଲ ନାହିଁ ବୋଲି କହିବା ସହିତ ଗୁଡ଼ିଆଙ୍କଠାରୁ ୧୦ରୁ ୧୫ ହଜାର ଟଙ୍କା ତେଲ ପାଇଁ ନେଇଛନ୍ତି। ଗୁଡ଼ିଆ ଏଭଳି ଅଭିଯୋଗ କରିଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମାମଲା ରୁଜୁ ପାଇଁ ଥାନାକୁ ଗଲେ ଗୁଡ଼ିଆଙ୍କୁ ତାଙ୍କ ନାବାଳିକା ଝିଅଙ୍କ ଚରିତ୍ର ଉପରେ ଆକ୍ଷେପ କରି ପୋଲିସ ଫେରାଇ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯିବା ସହିତ ଗୁଡ଼ିଆଙ୍କ ପକ୍ଷରୁ ହୋଇଥିବା ଅଭିଯୋଗର ସତ୍ୟାସତ୍ୟର ତଦନ୍ତ ଆରମ୍ଭ ହୋଇଥିବା କାନପୁର ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ବ୍ରଜେଶ୍‌ କୁମାର ଶ୍ରୀବାସ୍ତବ ସୂଚନା ଦେଇଛନ୍ତି

Share