ପୋଲିସ ଖୋଜୁଛି ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ: ଏଯାଏ ୨୬ଜଣଙ୍କୁ ଜେରା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ପଚରାଉଚରା କରିଛି। ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୯ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ଏଥିରେ ରିୟା ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ ପୋଲିସକୁ କହିଥିଲେ ଯେ ଜୁନ ୬ ତାରିଖରେ ସେ ସୁଶାନ୍ତଙ୍କ ଘରୁ ଯାଇଥିଲେ। ସେତେବେଳେ ସୁଶାନ୍ତ ନିଜେ ତାଙ୍କୁ ଯିବାକୁ କହିଥିଲେ। ସେ ପୋଲିସକୁ ଏହା ମଧ୍ୟ କହିଥିଲେ ସୁଶାନ୍ତ ଡିପ୍ରେଶନକୁ ଚାଲିଯାଇଥିଲେ। ଏ ନେଇ ସେ ଔଷଧ ଖାଉଥିଲେ। ମାତ୍ର କିଛିଦିନ ପୂର୍ବରୁ ଏହା ବନ୍ଦ କରିଦେଇଥିଲେ।
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବିହାରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରିୟା ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ନେଇ ଦୋଷ ଲଦାଯାଇଛି।

Share