ଗଳିକନ୍ଦିରେ ସଟ୍ଟା, ପୋଲିସ ନୀରବଦ୍ରଷ୍ଟା

ବରଗଡ଼,୩୧।୭(ପ୍ରେମନନ୍ଦ ଖମାରୀ): ବରଗଡ଼ ଜିଲାରେ ସଟ୍ଟା(ଜୁଆଖେଳ) ସାଧାରଣରେ ପରିଣତ ହୋଇଯାଇଛି। ଜିଲାର ସଦର ମହକୁମାଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକରେ ଏହା ଅବାଧରେ ଚାଲିଥିବା ଅଭିଯୋଗ ହେଉଛି। ତେବେ ଜିଲାର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗଳିକନ୍ଦିରେ ସଟ୍ଟାଖେଳ ଚାଲିଥିବାବେଳେ ପୋଲିସ ଏଥିପ୍ରତି ନୀରବଦ୍ରଷ୍ଟା ସାଜିଥିବା ସମସ୍ତଙ୍କୁ ଚକିତ କରି ଦେଇଛି। କେବଳ ସେତିକି ନୁହେଁ, ଖୋଦ୍‌ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଜିଲାରେ ଚାଲିଥିବା ସଟ୍ଟାଖେଳ ଦମନ ପାଇଁ ଦଳୀୟ ପ୍ରତିନିଧିଙ୍କ ସହିତ ଏସ୍‌ପି ପି.ଏସ୍‌ ମୀନାଙ୍କୁ ଭେଟିଥିଲେ। ବରଗଡ଼ରେ ଚାଲିଥିବା ସଟ୍ଟାଖେଳ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଏସପିଙ୍କୁ ଅବଗତ କରିଥିଲେ। ଏହାସତ୍ତ୍ୱେ ସଟ୍ଟାଖେଳ ଉପରେ କୌଣସି ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଆହୁରି ଚର୍ଚ୍ଚାର ବିଷୟ ହୋଇଛି। ଏଭଳିସ୍ଥଳେ ପୋଲିସର ଜ୍ଞାତସାରରେ ଜିଲାରେ ସଟ୍ଟାଖେଳ ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି।
ଜିଲାରେ ସଟ୍ଟାଖେଳ ନୂଆ ନୁହେଁ। ବର୍ଷବର୍ଷ ଧରି ଏହା ଚାଲି ଆସୁଛି। କୌଣସି ପୋଲିସ ପଦାଧିକାରୀ ନୂତନ ଭାବେ ଯୋଗଦେଲେ ଏହି ଜୁଆଖେଳ ଉପରେ ସେମାନଙ୍କ ଆଖି ପଡ଼ିଥାଏ। ଧରପଗଡ଼ ମଧ୍ୟ ହୋଇଥାଏ। ସଟ୍ଟାଖେଳରେ ସମ୍ପୃକ୍ତ ହାତଗଣତି କିଛିଲୋକଙ୍କୁ ପୋଲିସ ଗିରଫ କରି ବାହାବା ନେଇଥାଏ। ଅନ୍ୟପଟେ ତଥାକଥିତ ସଟ୍ଟାଡନ୍‌ମାନେ ଅନାୟାସରେ ଥାଆନ୍ତି ଏବଂ ସେମାନେ ସଟ୍ଟା ଚଢ଼ାଉରେ ଗିରଫ ହୋଇଥିବା ଲୋକ ତଥା ସଟ୍ଟା ଏଜେଣ୍ଟମାନଙ୍କୁ ମୁକୁଲାଇବା ପାଇଁ ଲାଗି ପଡ଼ିଥାନ୍ତି ବୋଲି ସ୍ଥାନୀୟ ଲୋକେ କୁହାକୁହି ହୋଇଥାନ୍ତି। ଶେଷରେ ସଟ୍ଟା ଏଜେଣ୍ଟମାନେ ଜେଲରୁ ମୁକୁଳି ଆସନ୍ତି ଏବଂ ପୂର୍ବବତ୍‌ ପୁଣି ସଟ୍ଟାଖେଳ ଜିଲାରେ ଜାରି ରହୁଥିବା ଏବଂ ସ୍ଥାନୀୟ ପୋଲିସ ଜାଣିଶୁଣି ସେଥିପ୍ରତି ନୀରବ ରହିବା ସାଧାରଣରେ ଆଲୋଚିତ ହେଉଛି।
ସେହିପରି ପୋଲିସର ସଟ୍ଟା ଚଢ଼ାଉ ମଧ୍ୟ ସେଭଳି ଥରେ କିମ୍ବା ୨ଥରରେ ସୀମିତ ରହି ଯାଉଛି। ଅପରପକ୍ଷେ ଜିଲାର ବିଭିନ୍ନ ପାନ, ଚା, କିରାନା ଦୋକାନଠାରୁ ଆରମ୍ଭ କରି ବିଭିନ୍ନ ଛକସ୍ଥାନରେ ବାଉଁଶରେ ନିର୍ମିତ ଫୁଲତାଟିର ଆବଦ୍ଧ ଅସ୍ଥାୟୀ ଠେଲା ଆଦି ଜାଗାରେ ସଟ୍ଟାଖେଳ ଜୋର୍‌ ଧରିଥିବା ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ, ବର୍ତ୍ତମାନ ଡିଜିଟାଲ ସଟ୍ଟାଖେଳ ଚାଲିଥିବା ଚର୍ଚ୍ଚାର ବିଷୟ ହୋଇଛି। ସଟ୍ଟାଡନ୍‌ ଏବଂ ସଟ୍ଟା ଏଜେଣ୍ଟମାନଙ୍କୁ ସେମାନଙ୍କ ଫୋନ ପେ, ଗୁଗୁଲ୍‌ ପେ ଆକାଉଣ୍ଟରେ ଟଙ୍କା ପଠାଇବା ସହିତ ସଟ୍ଟା ନମ୍ବର ଦେଇ କେତେକ ଏଭଳି ଜୁଆଖେଳକୁ ଆଦରି ନେଇଥିବା ସାଧାରଣରେ ଆଲୋଚିତ ହେଉଛି। କିନ୍ତୁ ଏଥିପ୍ରତି ପୋଲିସ ଯେଭଳି ଚେଇଁ ଶୋଇ ରହିଛି, ସେଥିରୁ ପୋଲିସର କାର୍ଯ୍ୟଦକ୍ଷତା ପଦାରେ ପଡ଼ିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସଟ୍ଟାଡନ୍‌ ଏବଂ ସଟ୍ଟା ଏଜେଣ୍ଟଙ୍କ ସହିତ କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ଅସାଧୁ ମେଣ୍ଟ ରହିଥିବା ଅଭିଯୋଗ ହେଉଛି। କିଛି ପୋଲିସ କର୍ମଚାରୀ ମାସ ପୂରିଲା କି ନାଲି ଲଫାପାରେ ମାସିକିଆ ବଟି ନେଉଥିବା ସାଧାରଣରେ ଆଲୋଚିତ ହେଉଛି। ସେହିପରି କିଛି ତଥାକଥିତ ଗଣମାଧ୍ୟମ ପ୍ରତିନିଧି ଏବଂ ନେତା ମଧ୍ୟ ଅସାଧୁ ଉପାୟରେ ସେଭଳି କଳାଟଙ୍କା ରୋଜଗାର କରୁଥିବା ଚର୍ଚ୍ଚା ଚାଲିଛି। ଏଭଳି ସ୍ଥଳେ ଜାଣିଶୁଣି ପୋଲିସ ସଟ୍ଟା ଚଢ଼ାଉରେ ଅପାରଗ ହୋଇ ପଡ଼ିଛି ବୋଲି ଆଲୋଚିତ ହେଉଛି। ତେବେ ସରକାର ବଦଳିବା ପରେ ଜିଲାରେ ସଟ୍ଟାଡନ୍‌ ହେବା ପାଇଁ ମଧ୍ୟ କିଛିଲୋକଙ୍କ ମଧ୍ୟରେ ପ୍ରତତ୍ଦ୍ୱନ୍ଦିତା ଚାଲିଥିବା ଅଭିଯୋଗ ହୋଇଛି। ବଡ଼ବଡ଼ିଆ ନେତା ଏବଂ ପୋଲିସ ଅଧିକାରୀଙ୍କୁ ହାତ କରି ସେମାନେ ଜିଲାରେ ସଟ୍ଟାଖେଳ ଚଲାଇବାକୁ ମସୁଧା ଚଳାଇଥିବା ସାଧାରଣରେ ଆଲୋଚିତ ହେଉଛି। ସଟ୍ଟାଖେଳ ଯୋଗୁ ଗୋଟିଏ ପଟେ ଲୋକେ ସର୍ବସ୍ବାନ୍ତ ହେବା ସାଙ୍ଗକୁ ଜିଲାରେ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଛି, ଅନ୍ୟପଟେ ସଟ୍ଟାଖେଳ ପ୍ରତି ପୋଲିସର ନୀରବତା ଏବଂ ସଟ୍ଟାଡନ୍‌ ହେବା ପାଇଁ ପ୍ରତିଦ୍ୱନ୍ଦିତା ଚାଲିବା ଜିଲାରେ ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିର ତତ୍କାଳୀନ ଜିଲାପାଳଙ୍କ PA ଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ ଖାରଜ

କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍‌): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ...

ଖରା, ଗୁଳୁଗୁଳି ପରେ କାଳବୈଶାଖୀ ଭୟ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା)- ଆସନ୍ତା ୨ଦିନ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାତ୍ର...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାର ଜଣେ ମହିଳା ଶ୍ରମିକ ଇଟା ତିଆରି କରିବାକୁ ହାଇଦ୍ରାବାଦ ଯାଇ ସେଠାରେ ମୃତ୍ୟୁବରଣ କରିବା ପରେ ମୃତଦେହ ଘରକୁ...

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ) – ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଉକ୍ତ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା...

ଖଲ୍ଲିକୋଟ ସହରରେ ମାତିଛନ୍ତି ଚୋର: ୧୫ ଦିନରେ ୭ ଘରୁ ନେଇଗଲେଣି ଲକ୍ଷାଧିକ ଟଙ୍କା, ସୁନାଗହଣା

ଖଲ୍ଲିକୋଟ,୨୫ା୪ (ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଘଟଣା। ପ୍ରତି ରାତିରେ ଏବେ ଚୋରି ହେଉଛି। ବୁଧବାର ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image