Advertisement

ଶିକ୍ଷକଙ୍କ ସହ ୪ ୟୁଟ୍ୟୁବରଙ୍କୁ ବାନ୍ଧିଲା ପୋଲିସ

କଟକ,୧୬।୨: ଶିକ୍ଷକଙ୍କ ସହ ୪ ୟୁଟ୍ୟୁବର ଗିରଫ। ସେମାନଙ୍କୁ କଟକ ସାଇବର ଥାନା ପୋଲିସ ଗିରଫ କରିଛି। ଗତ ନଭେମ୍ବରରେ ‘ଓଷ୍ଟା’ ପକ୍ଷରୁ ଏ ନେଇ ଅଭିଯୋଗ ହୋଇଥିଲା।
ୟୁଟ୍ୟୁବ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ କରୁଥିବା ଏକ ବଡ଼ ର଼୍ୟାକେଟ ଧରାପଡ଼ିଛି । ଏହି ରାକେଟ୍‌ରେ ସଂପୃକ୍ତ ୪ ଜଣ ୟୁଟ୍ୟୁବର୍‌ ଓ ସରକାରୀ ସ୍କୁଲର ଜଣେ ଶିକ୍ଷକଙ୍କୁ କଟକ ସାଇବର ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲା  ଧାମନଗର ଥାନା ଅଞ୍ଚଳ ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ, ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର, ସୁଶାନ୍ତ କୁମାର ବିଶି ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ର । ଗିରଫ ସହକାରୀ ଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲା  ରାଇରଙ୍ଗପୁରର ଘନଶ୍ୟାମ ବେଉରା ।ଅଭିଯୁକ୍ତଙ୍କ ଠାରୁ ୬ଟି ମୋବାଇଲ ଫୋନ ଓ ଗୋଟିଏ ଟାବଲେଟ ଜବତ ହୋଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share