ଏମ୍‌ସିଏଲ୍‌ରେ ଚାକିରି କରାଇଦେବାକୁ କହି ଠକିନେଲେ ୬୫ ଲକ୍ଷ; ସରକାରୀ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୬।୭(ସ୍ବ.ପ୍ର.): ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡପ କରି ଗିରଫ ହେଲେ ଶିକ୍ଷକ। କଳାହାଣ୍ଡି ଜଲାର ୧୨ ଜଣ ଯୁବତୀଯୁବକଙ୍କୁ ବୁର୍ଲା ଏମ୍‌ସିଏଲ୍‌ରେ ଚାକିରି ଦେବା ପାଇଁ ପ୍ରଲୋଭନ ଦେଖାଇ ୬୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ଏଥିରେ ପୋଲିସ ଜଣେ ସରକାରୀ ଶିକ୍ଷକଙ୍କୁ ଗିରଫ କରିଛି । ଶିକ୍ଷକ ଜଣଙ୍କ ହେଉଛନ୍ତି, କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଦୁଲକୀବନ୍ଧ ଗ୍ରାମର ବିନୀତ ନାଏକ।

ସୂଚନାନୁଯାୟୀ,୧୨ ଜଣ ଶିକ୍ଷିତ ଯୁବତୀ ଯୁବକଙ୍କୁ ବୁର୍ଲା ସ୍ଥିତ ଏମ୍‌ସିଏଲ୍‌ କମ୍ପାନୀରେ ଚାକିରି କରାଇ ଦେବାକୁ ବିନୀତ ପ୍ରଲୋଭନ ଦେଖାଇଥିଲେ । ଏହାପରେ ସେମାନଙ୍କଠାରୁ ୬୫ ଲକ୍ଷ ଟଙ୍କା ନେଇ ବଷେର୍ର୍ ଧରି ଭୁଆଁ ବୁଲାଇ ଆସୁଥିଲେ। ଶେଷରେ ନିରାଶ ହୋଇ କୌଣସି ଉପାୟ ନ ପାଇ ଉକ୍ତ ଯୁବତୀ ଯୁବକ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଟାଉନ ପୋଲିସର ଏକ ସ୍ବତନ୍ତ୍ର ଟିମ ଦୁଲକୀବନ୍ଧ ଗ୍ରାମକୁ ଯାଇ ଶିକ୍ଷକ ବିନୀତଙ୍କୁ ଘରୁ ଉଠାଇ ନେଇଥିଲା । ପରେ ତାଙ୍କୁ ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର

ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମର ଜୟ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଶହୀଦ ରଞ୍ଜନ ଦାଶଙ୍କ ନବମ ଶହୀଦ ବାର୍ଷିକୀ...

ରାଷ୍ଟ୍ରୀୟ ନୂଆବର୍ଷରେ ନୂଆ ଯୋଜନାର ଶୁଭାରମ୍ଭ, ଗରିବଙ୍କୁ ମିଳିବ ଘର

ଦାରିଙ୍ଗବାଡ଼ି,୩୦ା୩(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଦ୍ୱାରା ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନି୍ଂସ ମାଧ୍ୟମରେ ହୋଇଯାଇଛି।...

OPSC ପରିଚାଳିତ ପରୀକ୍ଷାରେ ପୁଣି ତ୍ରୁଟି ଅଭିଯୋଗ

କଟକ,୩୦ା୩: OPSC ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି...

ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ

ମୁରିବାହାଲ,୩୦।୩: ବଲାଙ୍ଗୀର ଜିଲା ମୁରିବାହାଲ ଥାନା ସେମିଲପାଲି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଏକ ବନ୍ଦ ଘରୁ ଯୁବତୀ ଏବଂ ଯୁବକଙ୍କ...

ପାଳନ ହେଲା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

ପଦ୍ମପୁର,୩୦ା୩(ପ୍ରଦୀପ୍ତ ଦାଶ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ...

କେନ୍ଦୁଝରର ୧୩ ବ୍ଲକରେ ଆରମ୍ଭ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା

କେନ୍ଦୁଝର,୩୦ା୩: ରବିବାର କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାର ସମସ୍ତ ୧୩ଟି...

କଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣା

ଚାନ୍ଦବାଲି,୩୦ା୩(ଅଶୋକ ପଣ୍ଡା): ନାବାଳିକା ଝିଅକୁ ଅପହରଣ ଘଟଣାରକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବାରେ ବିଫଳ। ଅପହରଣକାରୀଙ୍କୁ ଗିରଫ ଦାବିକରି...

ଖଜୁରୀପଡ଼ାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଖଜୁରୀପଡ଼ା,୩୦ା୩(ବିଦୁର ବେହେରା): ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର କଳାହାଣ୍ଡି ଜିଲାରୁ ଆରମ୍ଭ ହୋଇଛି ଏହି ଯୋଜନା। ୫୦...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image