ପ୍ରୟାଗରାଜ,୨୫।୮: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାରୁ ହିନ୍ଦୁ ଦେବତାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ମହିଳାଜଣଙ୍କ ଫେରାର ହୋଇଯାଇଥିଲେ। କିନ୍ତୁ ମଙ୍ଗଳବାର ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି। ତେବେ ଅଭିଯୁକ୍ତ ମହିଳାଙ୍କ ନାମ ହୀର ଖାନ୍ ବୋଲି କୁହାଯାଉଛି।
ପ୍ରୟାଗରାଜର ଉକ୍ତ ମହିଳା ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଭିଡିଓ ଅପଲୋଡ୍ କରିଥିଲେ। ତାଙ୍କର ଖରାପ ଶବ୍ଦ ଏବଂ ବକ୍ତବ୍ୟ ଲୋକଙ୍କ ଭାବନାକୁ ଆଘାତ ଦେଉଥିବା ନେଇ ଲୋକମାନେ ଅଭିଯୋଗ କରିଥିଲେ। ପୋଲିସ ଏହାକୁ ଗୁରୁତର ସହ ନେଇ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ହେଲେ ଏଫ୍ଆଇଆର୍ ପଞ୍ଜିକୃତ ହେବା ପରେ ଅଭିଯୁକ୍ତ ମହିଳା ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ପୋଲିସ ଟିମ ଗଠନ କରିଥିଲା। ପରେ ତାଙ୍କୁ ଜିଲାର ଖୁଲ୍ଦାବାଦ ପୋଲିସ ଷ୍ଟେଶନରୁ ଗିରଫ କରାଯାଇଛି।
ପୋଲିସଠାରୁ ମିଳିଥିବା ସୂଚନାନୁପ୍ରକାରେ, ଅଭିଯୁକ୍ତ ମହିଳା ହେର ଖାନ୍ ନିଜର ୟୁଟ୍ୟୁବ ଚ୍ୟାନେଲ ଚଳାନ୍ତି। ନିକଟରେ ସେ ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ସେ ହିନ୍ଦୁ ଦେବତାଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ତାଙ୍କ ବିରୋଧରେ ଆଇଟି ଧାରା ଅନୁଯାୟୀ ଏକ ମାମଲା ଦାୟର କରାଯାଇଥିଲା। ଏବେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ପଚରାଉଚରା କରୁଛି।