Advertisement

ଚୋରା ମଦ କାରବାରବେଳେ ଦୁଇ ଯୁବକଙ୍କୁ ବାନ୍ଧିଲା ପୋଲିସ: ବିପୁଳ ବିଦେଶୀ ମଦ ଜବତ

ପୁରୁଷୋତ୍ତମପୁର,୨୦।୩ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ଗ୍ରାମରେ ଦୀର୍ଘ ଦିନ ଧରି ଚୋରାରେ ମଦକାରବାର କରୁଥିବା ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫକରି ଗୁରବାର କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ବିଦେଶି ମଦକୁ ଜବତ କରିଛନ୍ତି। ଗିରଫ ଯୁବକ ହେଲେ ସମା ଗ୍ରାମର ବସନ୍ତ ବେହେରା (୩୪) ଓ ବେଗୁନିଆପଡା ଥାନା ଅନ୍ତର୍ଗତ ବିରିବାଟିଆ ଗ୍ରାମର ପ୍ରଶାନ୍ତ ବିଶ୍ବାଳ(୨୧)। ଏଥିନେଇ ଆଇଆଇସି ରାଜେଶକୁମାର ନାୟକ କହିଛନ୍ତି, ଏହି ଯୁବକମାନେ ସମା ହାଇସ୍କୁଲ ନିକଟରେ ଏକ ସ୍ଥାନରେ ଏପରି ଚୋରାରେ ମଦ କାରବାର କରିଆସୁଥିଲେ। ପାଟ୍ରୋଲିଂ ବେଳେ ଚଢାଉ କରାଯାଇ ବିପୁଳ ପରିମାଣର ଏହି ବିଦେଶୀ ମଦକୁ ଜବତ କରିବା ସହ ପ୍ରଶାନ୍ତ ଓ ବସନ୍ତକୁ ଗିରଫ କରାଯାଇଛି । ଏହାର କେସନଂ ୨୦୬/୨୫ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel