ମଦପିଇ ଚଳାଉଥିଲେ ଗାଡ଼ି, ରାତିକରେ ୧୮ ଜଣଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୩।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାାମଲ): ଗଞ୍ଜାମ ପୋଲିସ ଚଢ଼ାଉ କରି ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଗାଡ଼ି ମଧ୍ୟ ପୋଲିସ ଜବତ କରିଛି। ଏପରିକି ରମ୍ଭା ଅଞ୍ଚଳରେ ମଦ୍ୟ ପାନକରି ବସ୍‌ ଚଳାଉଥିବା ଚାଳକ ମଧ୍ୟ ଗିରଫ ହୋଇଛନ୍ତି। ବସ୍‌କୁ ପୋଲିସ ଜବତ କରିଛି। ପୋଲସରା, ଧରାକୋଟ, ହିଞ୍ଜିଳି, ରମ୍ଭା, ବେଗୁନିଆପଡ଼ା, ଭଞ୍ଜନଗର, କୋଟିନଡ଼ା, ଆସିକା, ଖଲିକୋଟ, କବିସୂର୍ଯ୍ୟନଗର, ଗାଙ୍ଗପୁର ଓ କୋଦଳା ଥାନା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Share