କେନ୍ଦୁଝରରୁ ଟ୍ରକ ଚୋରି କରି ଝାଡ଼ଖଣ୍ଡରେ ବିକୁଥିଲେ: ୨ ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦୁଝର,୨।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ପୋଲିସ ଶନିବାର ସିରିଜ ଟ୍ରକ ଚୋରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସରଜୁଲ ହୁସେନ (୪୦) ଓ ମାଇତୁଲ ସାଇ । ସେମାନଙ୍କ ଘର ଝାଡଖଣ୍ଡ ପଶ୍ଚିମ ସିଂଭୂମ ବୋଲି ଜଣାପଡିଛି। ସେମାନଙ୍କ ନାମରେ ୬ଟି କେସ ଟାଉନ ଥାନାରେ ରୁଜୁ ହୋଇଛି। କେନ୍ଦୁଝରରୁ ଟ୍ରକ ଚୋରି କରି ଝାଡ଼ଖଣ୍ଡରେ ବିକ୍ରି କରିଥାନ୍ତି। ପୂର୍ବରୁ ଏହି ଘଟଣାରେ ଦୁଇଜଣ ଗିରଫ ହୋଇଥିଲେ। ସେମାନଙ୍କଠାରୁ ଏକ ସ୍କର୍ପିଓ, ଜିପ୍‌ ପୋଲିସ ଜବତ କରିଛି। ଏ ନେଇ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି, ଟାଉନ ଥାନା ଅଧିକାରୀ ସୂଚନା ଦେଇଥିଲେ।