ରାତିକରେ ୫୭ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୩।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଥିବା ୧୦ଟି ଜୁଆଆଡ୍ଡାରେ ଗୋଟିଏ ରାତିରେ ଚଢ଼ାଉ କରଛି। ଘଟଣାରେ ସମ୍ପୃକ୍ତ ୫୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧ ଲକ୍ଷ ୫୯ ହଜାର ୪୦୦ ଟଙ୍କା ଜବତ ହୋଇଛି। ଏହାସହ ୧୫ ମୋବାଇଲ,୩ ମୋଟର ସାଇକେଲ ଜବତ କରାଯାଇଛି। ବୁଗୁଡ଼ା, ଛତ୍ରପୁର, ପାଟପୁର, ପୁରୁଷୋତମପୁର, ଆସିକା, ବେଲଗୁଣ୍ଠା ଓ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏସବୁ ଚଢ଼ାଉ କରାଯାଇଛି।

Share