Categories: ଜାତୀୟ

୫୩ ବର୍ଷ ପୂର୍ବେ ଜଙ୍ଗଲରୁ କାଟିଥିଲେ କାଠ, ଏବେ ମିଳିଲା କଠୋର ଦଣ୍ଡ

ଜୟପୁର,୧୭।୭: ରାଜସ୍ଥାନର ବୁନ୍ଦିର ୭ଜଣ ବୃଦ୍ଧ ମହିଳାଙ୍କୁ କାଠ କାଟିବା ଅଭିଯୋଗରେ ପୋଲିସ ଗିରଫ କରିଛି। ୧୯୭୧ ଅର୍ଥାତ୍‌ ୫୩ ବର୍ଷ ପୂର୍ବେ ସେମାନଙ୍କ ନାଁରେ ଜଙ୍ଗଲରୁ କାଠ କାଟିବା ଅଭିଯୋଗ ହୋଇଥିଲା ଏବଂ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। କିନ୍ତୁ ପୋଲିସ ଏବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୭ ଜଣ ବୃଦ୍ଧ ମହିଳାଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି।
ରାଜସ୍ଥାନ ବୁନ୍ଦି ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟରେ ହାଜର ହୋଇଥିବା ୭ଜଣ ବୃଦ୍ଧ ମହିଳା ଯୌବନ କାଳରେ ସେମାନେ ନିଜ ଘରେ ଖାଦ୍ୟ ରାନ୍ଧିବା ପାଇଁ ଜଙ୍ଗଲରୁ କିଛି କାଠ କାଟିଥିଲେ। ମୋତି ବାଇ ନାମକ ଅଭିଯୁକ୍ତ ମହିଳା କହିଛନ୍ତି ଯେ, ଆମେ ଘରେ ରୋଷେଇ ପାଇଁ କାଠ ଆଣିଥିଲୁ। ଆମେ ଜାଣି ନ ଥିଲୁ ଯେ ପୋଲିସ ଏଥିପାଇଁ ଆମକୁ ଗିରଫ କରିବ। କାଠ କାଟିବା ସମୟରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଆମର ନାମ ଲେଖୁଥିଲେ ଏବଂ ଆମେ ସେଠାରୁ ଚାଲିଯାଉଥିଲୁ। ୧୯୭୧ରେ ହିନ୍ଦୋଲି ପୋଲିସ ୧୨ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ସମୟରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣ ମହିଳାଙ୍କୁ ଗିରଫ କରିଛି। ଏହି ମାମଲାରେ ୨ ଜଣ ମହିଳା ଫେରାର ଅଛନ୍ତି। କୋର୍ଟ ପ୍ରତ୍ୟେକଙ୍କୁ ୫୦୦ ଟଙ୍କା ବଣ୍ଡରେ ମୁକ୍ତ କରିଥିଲେ।

Share