ଆଶ୍ରମରୁ ମିଳିଲା ୧୧ ଅନୁଗତଙ୍କ ମୃତଦେହ, ବାବାଙ୍କୁ ଗିରଫ କଲା ପୋଲିସ

ବ୍ୟାଙ୍କକ,୧୧।୫: ଥାଇଲାଣ୍ଡ ପୋଲିସ ଛୟାଫୁମ ଜଙ୍ଗଲରେ ଥିବା ଏକ ଆଶ୍ରମରେ ଚଢାଉ କରି ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି। ସେ ହେଲେ ଥାଓ୍ବି ନାନରା(୭୫)। ପୋଲିସ ଆଶ୍ରମରୁ ୧୧ଜଣ ଅନୁଗତଙ୍କ ମୃତଦେହ ଜବତ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ, ବାବା ଥାଓ୍ବି ରୋଗରୁ ମୁକ୍ତି ପାଇ ନିଜ ଅନୁଗତମାନଙ୍କୁ ତାଙ୍କ ମଳ, ମୂତ୍ର ପିଇବାକୁ ବାଧ୍ୟ କରୁଥିଲେ। ଏହା ଦ୍ୱାରା ଅନୁଗତମାନେ ରୋଗରେ ପଡି ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସର ସୂଚନା ମୁତାବକ, ବାବାଙ୍କ ନିକଟକୁ ଜଣେ ମହିଳା ଯାଇଥିଲେ। ହେଲେ ସେ ଆଉ ଘରକୁ ଫରି ନ ଥିଲେ। ଏହି ଖବର ପୋଲିସ ନିକଟରେ ପହଞ୍ଚିଥିଲା। ପୋଲିସ ତଦନ୍ତ କରିବାକୁ ବାବାଙ୍କ ଆଶ୍ରମରେ ପହଞ୍ଚିଥିଲା। ପୋଲିସର ତଦନ୍ତ ବେଳେ ଆଶ୍ରମରୁ ୧୧ଜଣଙ୍କ ମୃତଦେହ ଜବତ କରିଛି। ତେବେ କେଉଁ ପରିସ୍ଥିତିରେ ୧୧ଜଣଙ୍କ ମୃତ୍ୟୁ ଘଟିଲା ସେନେଇ ପୋଲିସ ବାବାଙ୍କୁ ଅଧିକ ପଚରାଉଚରା ଚଳାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share