Categories: ଜାତୀୟ

ଟଙ୍କା ବର୍ଷା କରିବା ନାଁରେ ୧୬ ଲକ୍ଷ ଟଙ୍କା ଠକି ନେଲେ ବାବା, ପରେ ଅବସ୍ଥା ହେଲା ଏମିତି

ପୁଣେ,୩୧।୩: ମହାରାଷ୍ଟ୍ରର ପୁଣେ ଜଣେ ଭଣ୍ଡ ବାବାଙ୍କୁ ଗିରଫ କରିଛି ପୋଲିସ। ସମ୍ପୃକ୍ତ ବାବା ଜଣଙ୍କ ଦୁଇ ହଜାର ଟଙ୍କା ବର୍ଷା କରିବା ନାଁରେ ଲୋକଙ୍କଠାରୁ ୧୬ ଲକ୍ଷ ଟଙ୍କା ଠକି ନେଇଥିଲେ। ବାବା ନାଁରେ ପୋଲିସରେ ଏନେଇ ଅଭିଯୋଗ ହେବାପରେ ତାଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ଅଭିଯୁକ୍ତ ଭଣ୍ଡ ବାବାଙ୍କ ନାମ ଲକ୍ଷ୍ମଣ ଭାଗବତ। ତାଙ୍କ ବୟସ ପାଖାପାଖି ୫୫ ହେବ। ସେ ଇନ୍ଦାପୁର ଅଞ୍ଚଳରେ ରୁହନ୍ତି। ଏହଠାରେ ସେ ଜଣେ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ବର୍ଷା କରାଇଦେବା ସ୍ବପ୍ନ ଦେଖାଇଥିଲେ। ଏହାସହ ତାଙ୍କୁ ଧନୀ କରାଇଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବାବାଙ୍କୁ ୧୬ ଲକ୍ଷ ଟଙ୍କା ଦେଇଥିଲେ ମଧ୍ୟ ଟଙ୍କା ବର୍ଷା ହୋଇ ନ ଥିଲା। ଭରସା ଭାଙ୍ଗିଯିବାରୁ ପୀଡିତ ଜଣଙ୍କ ଅନ୍ଧବିଶ୍ୱାସ ବିରୋଧରେ ଅଭିଯାନ ଚଲାଇଥିବା ଏକ ସମିତିର ଦ୍ୱାରସ୍ଥ ହୋଇଥିଲେ। ପରେ ଏହି ମାମଲା ଥାନାରେ ପହଞ୍ଚିଥିଲା। ବାବା ଗିରଫ ହେବା ପରେ ଅନେକ ଲୋକ ଥାନାରେ ପହଞ୍ଚି ନିଜ ଟଙ୍କା ଫେରାଇ ଦେବାକୁ ପୋଲିସକୁ ଗୁହାରୀ କରିଛନ୍ତି।

Share