ଅସଦାଚରଣ କରି ହୋଇଥିଲେ ଫେରାର, ବାନ୍ଧିଲା ପୋଲିସ

ଗୋପାଳପୁର,୧୦ା୨(ଡି.ଏନ.ଏ.): ଏକ ପରିବାରକୁ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ଓ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗୋଳନ୍ଥରା ଥାନା ପୋଲିସ ଶୁକ୍ରବାର ଫେରାର ଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ହଳଦିଆପଦର ଗ୍ରାମର ସୁମନ ଦାସ(୧୮)। ସେ ଗ୍ରାମରେ ଥିବା ବେଳେ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏହି ଥାନା ଅନ୍ତର୍ଗତ କନିଷି ହାଟ ଗ୍ରାମର କେନାଲ ସାହି ନିକଟରେ ସୁଜାତା ପାତ୍ର ଓ ତାଙ୍କ ଝିଅଙ୍କୁ ଅସଦାଚରଣ କରିବା ସହ ତାଙ୍କ ଦୁଇ ପୁଅଙ୍କୁ ଘରୁ ଟାଣି ନେଇ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ସୁଜାତା ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ଏହି ମାମଲାରେ ପୋଲିସ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।