୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାଇରଙ୍ଗପୁର,୩ା୯(ମନୋରଞ୍ଜନ ତିରିଆ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ କୁଇଲିସୁତା ଗ୍ରାମର ମଙ୍ଗଲ ଆଲଡ଼ାଙ୍କ ବିଧବା ପତ୍ନୀ ସୀତା ଦେଇଙ୍କ ପେନ୍‌ସନ ପାସବୁକ୍‌ରୁ ଟଙ୍କା ହଡ଼ପ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ବଡ଼ମଣଦା ଗ୍ରାମର ନରେଶଚନ୍ଦ୍ର ସାହୁ। ସେ ସୀତାଙ୍କୁ ବ୍ୟାଙ୍କ ଅକାଉଣ୍ଟରୁ ଚଞ୍ଚକତା କରି ୨୧ ଲକ୍ଷ ଟଙ୍କା ହଡ଼ପ୍‌ କରି ନେଇଥିଲେ। ଏ ନେଇ ୧୮ ଜୁଲାଇରେ ବିଶୋଇ ଥାନାରେ ଅଭିଯୋଗ ହୋଇଥିଲା।
ବିଧବା ମହିଳାଙ୍କୁ ବ୍ୟାଙ୍କ୍‌ରୁ ଅର୍ଥ ଉଠାଣ ପାଇଁ ବିଶୋଇକୁ ନେବା ଆଣିବାରେ ନରେଶ ସହାୟତା କରୁଥିଲେ। ସରଳତାର ସୁଯୋଗ ନେଇ ବ୍ୟାଙ୍କ୍‌ ଆକାଉଣ୍ଟରେ ଦିଆଯାଇଥିବା ମୋବାଇଲ୍‌ ନମ୍ବରକୁ ସୀତା ଦେଇଙ୍କ ନମ୍ବର ବଦଳରେ ନରେଶ ନିଜ ମୋବାଇଲ ନମ୍ବର ସଂଯୋଗ କରାଇଥିଲେ। ପରେ ତାଙ୍କର ଚେକ୍‌ରେ ଜାଲ ଦସ୍ତଖତ କରି ୨୧ ଲକ୍ଷ ଟଙ୍କା ହଡ଼ପ୍‌ କରିବାରେ ସକ୍ଷମ ହୋଇଥିଲେ। ଟଙ୍କା ନେଣଦେଣ ବେଳେ ମୋବାଇଲକୁ ମେସେଜ୍‌ ଆସୁ ନ ଥିବା ସମ୍ପର୍କରେ ଜାଣିବା ପାଇଁ ବ୍ୟାଙ୍କକୁ ଆସି ତାଙ୍କ ଖାତାରୁ ୨୧ ଲକ୍ଷ ଟଙ୍କା ହଡ଼ପ୍‌ ହୋଇଥିବା ସୀତା ଜାଣିବାକୁ ପାଇଥିଲେ।

ଅଭିଯୋଗ କ୍ରମେ ବିଶୋଇ ଥାନାରେ ଏକ ମାମଲା(ନଂ.୧୩୮/୨୩)ରେ ରୁଜୁ ହୋଇଥିଲା। ମାତ୍ର ନ୍ୟାୟ ପାଇବାରେ ବିଳମ୍ବ ହେବା ଯୋଗୁ ସୀତା ଗତ ଅଗଷ୍ଟ ୧୧ରେ ବିଶୋଇରେ ଅନୁଷ୍ଠିତ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଏହି ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ୍‌ ତତ୍ପରତା ପ୍ରକାଶ କରି ଶନିବାର ଅଭିଯୁକ୍ତଙ୍କୁ ବଡ଼ମଣଦାସ୍ଥିତ ବାସଭବନରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲାମୁଣ୍ଡାରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ: ବିକାଶ ପାଇଁ ଖବରଦାତାଙ୍କ ସହଯୋଗ ଆବଶ୍ୟକ

ଗୋଲାମୁଣ୍ଡା,୧୬।୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡାସ୍ଥିତ କଲ୍ୟାଣମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ...

ରାତିରେ ଫରେଷ୍ଟରଙ୍କୁ ଗଛରେ ବାନ୍ଧିଦେଇ…

ଦେବଗଡ଼,୧୬।୧୧(ଶଶାଙ୍କ ଶେଖର ଝାଙ୍କର) ହାତୀ ଉପଦ୍ରବକୁ ନେଇ ଉତ୍ତେଜନା। ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ କ୍ଷତିଗ୍ରସ୍ତ ଚାଷୀ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା...

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସମସ୍ୟା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପୁରାତନ ଛାତ୍ର ସଂଘର ଦାବିପତ୍ର

ଭବାନୀପାଟଣା,୧୫ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ଶୁକ୍ରବାର ପୁରାତନ ଛାତ୍ରସଂଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ...

ବ୍ଲକ ସ୍ତରୀୟ ସରଗି ଫୁଲ: ପ୍ରତିଭା ଦେଖାଇବେ ଜନଜାତି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୬।୧୦(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଲୁଚିରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ନେଇ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ...

୪ ବର୍ଷର ନାବାଳିକାଙ୍କୁ ମାଛ ମାରିବାକୁ ଯିବା କହି ଘରୁ ଡାକିନେଲେ : ଜଙ୍ଗଲରେ ବଳାତ୍କାର କରି ମାରି ଫିଙ୍ଗିଦେଲେ

ପାଇକମାଳ ୧୬।୧୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅମାନୁଷିକ ଘଟଣା ଘଟିଯାଇଛି। ଏହି ଥାନା ଅଧୀନ ସୋଢ଼ା ଗ୍ରାମର ଜଣେ...

ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଗଲା: ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ବୌଦ୍ଧ,୧୬।୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ତମ ଜାତୀୟ ରାଜପଥର ସରସରା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ରାସ୍ତାରେ ବଡ଼ ଖାଲ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ରାଇକିଆ,୧୬।୧୧(ପ୍ରଦୀପ ବେହେରା):କନ୍ଧମାଳ ଜିଲା ରାଇକିଆ ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ...

‘ଯମୁନା’ ପାଇଁ ଯନ୍ତା ପ୍ରସ୍ତୁତ

ବାରିପଦା,୧୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରେ ଘୂରିବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଚିନ୍ତାର କାରଣ ପାଲଟିଛି। କୋର୍‌ ଅଞ୍ଚଳ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri