କ.ନୂଆଗାଁ ,୨୮ା୨(କାଳୀ ପ୍ରସାଦ ତ୍ରିପାଠୀ): କ.ନୂଆଗାଁ ଥାନା ଅଞ୍ଚଳରୁ ୭ମାସ ତଳେ କାର ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ରୁ ଖସି ପଳାଇଥିବା ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ମୁତାବକ, ବ୍ୟବସାୟୀ ଜରକ ୨୦୨୪ ଜୁନ ୨୧ ତାରିଖରେ ଏକ କାର୍ (ନଂ.ଓଆର ୦୨ ଏଏସ ୩୬୦୦)ରେ ୮୬ କେଜି ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ତେବେ ବ୍ୟବସାୟୀ ଜଣକ କୁରୁକୁପୁଡ଼ା ଛକରେ ପୋଲିସ ପିଛା କରୁଥିବା ଜାଣି ଗାଡ଼ି ଛାଡ଼ିି ଫେରାର ହୋଇଯାଇଥିଲେ। ପରେ ତତ୍କାଳୀନ ଥାନା ଅଧିକାରୀ ପି.ସ୍ବରୂପ କିଷାନ ତଦନ୍ତ କରି ଗଞ୍ଜେଇ ଓ କାର ଜବତ କରିବା ସହିତ ଏକ ମାମଲା(ନଂ.୯୦/୨୪) ରୁଜୁ କରିଥିଲେ। ତେବେ ପର୍ଯ୍ୟାୟକ୍ରମେ ଆସାମୀକୁ ଗିରଫ କରିବା ପାଇଁ ଏସ୍ଆଇ ଦମୟନ୍ତୀ ବେହେରା ଅନୁସନ୍ଧାନ ଜାରି ରଖୁଥିଲା ବେଳେ ପୋଲିସ ଗଞ୍ଜେଇ ବ୍ୟବସାୟୀ ଫିରିଙ୍ଗିଆ ଥାନା ମଣିପଦର ଗ୍ରାମର ସାନନ୍ଦ ମାଝିଙ୍କୁ (୪୪) ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ପ୍ରକାଶ କରିଛନ୍ତି।