ଦୋକାନରୁ ଚୋରି କରୁଥିବା ବେଳେ ୨ଜଣଙ୍କୁ ଗିରଫ କଲା ପୋଲିସ

ପାଟଣା,୧୯।୬(ସ୍ବ.ପ୍ର.): କରୋନା ଲକ୍‌ଡାଉନ ସମୟରେ ବଢ଼ୁଛି କ୍ରାଇମ୍‌। କାମଧନ୍ଦା ଅଭାବରୁ ଲୋକମାନେ ଭୁଲ୍‌ ବାଟକୁ ଆପଣାଉଛନ୍ତି। କିଛି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ପଡିଆପଶିରେ। ପଡିଆପଶି ଛକରେ ଥିବା ଏକ ଭେରାଇଟି ଷ୍ଟୋରରୁ ଶୁକ୍ରବାର ବିଲମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ଭେରାଇଟି ଷ୍ଟୋରର ଆଜ୍‌ବେଷ୍ଟସ ଭାଙ୍ଗି ଘର ଭିତରେ ପଶି ଭିତର ପଟୁ କବାଟ ବନ୍ଦ କରି ୩ଜଣ ଚୋରି କରୁଥିଲେ। ସେହି ସମୟରେ ଗ୍ରାମବାସୀ ଓ ପୋଲିସ ତାଙ୍କୁ କାବୁ କରିନେଇଥିଲେ। ହେଲେ ଘଟଣାସ୍ଥଳରୁ ଜଣେ ଚୋର ଫେରାର ହୋଇଯାଇଥିବା ବେଳେ ଆଉ ୨ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ତୁରୁମୁଙ୍ଗା ଥାନା ଏସ୍‌ଆଇ ସୁଶାନ୍ତ ମଣୀ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପଟେ ଚୋରଙ୍କ ଛୁରା ମାଡ଼ରେ ତୁରୁମୁଙ୍ଗା ଥାନାର ଏଏସ୍‌ଆଇ ବିଜୟ ଖଟୁଆ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗିରଫ ହୋଇଥିବା ଚୋର ୨ଜଣ ହେଉଛନ୍ତି ଦୁଆଘାଟ ଗ୍ରାମର ସ୍ମୃତି ରଞ୍ଜନ ଭୂୟାଁ (୨୧) ଓ ସରୋଜ କୁମାର ରାଉତ(୨୭)। ଉଭୟ ଯୋଡାରେ ଏକ କମ୍ପାନୀରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।