ଛୁଆକୁ ମାରି ସାବତ ମା’ଙ୍କ ଆତ୍ମହତ୍ୟା ଘଟଣା: ସ୍ବାମି ଗିରଫ

କଟକ ଅଫିସ,୧୭।୧: କଟକ ଶ୍ରୀରାମନଗରରେ ଦୁଇ ବର୍ଷର ଶିଶୁ ପୁତ୍ରକୁ ମାରି ସାବତ ମା’ର ଆତ୍ମହତ୍ୟା ଘଟଣାରେ ମଙ୍ଗଳବାର ମୃତ ମହିଳା ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ପୋଲିସ ଗିରଫ କରିଛି। ତେବେ ମଙ୍ଗଳବାର ହିଁ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ । ସୋମବାର କଟକ ଶ୍ରୀରାମନଗରରେ ଥିବା ଭଡା ଘରୁ ୨ ବର୍ଷର ଶିଶୁ ପୁତ୍ର ଶିବାଂଶ ଓ ସାବତ ମା’ ଶିଳ୍ପୀ ଖୁଣ୍ଟିଆଙ୍କ ମୃତଦେହ ମିଳିଥିଲା ।
ସ୍ବାମୀ ଓ ଶାଶୁ ଘର ଲୋକଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହି ନପାରି ଶିଳ୍ପୀ ଏପରି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଏ ନେଇ ସ୍ବାମୀ ସନ୍ତୋଷଙ୍କୁ ପୋଲିସ ଗିରଫ କରିଛି । ଅନ୍ୟପଟେ ଉଭୟ ପରିବାର ପକ୍ଷରୁ ମଧୁପଟଣା ଥାନାରେ ଦୁଇଟି ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏତଲାକୁ ଗ୍ରହଣ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ।

Share