Categories: ଜାତୀୟ

କୋଲକାତା ଟ୍ରେନି ଡାକ୍ତରଙ୍କ ମର୍ଡର କେସ୍‌ରେ ସାମ୍ନାକୁ ଆସିଲା ଆଉ ଜଣଙ୍କ ନାଁ, ସଞ୍ଜୟ ରୟଙ୍କ ସହ ରହିଛି…

କୋଲକାତା,୨୧।୯: କୋଲକାତା ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଆଉ ଏକ ଜଣଙ୍କ ଉପରେ ସିବିଆଇର ସନ୍ଦେହ ରହିଛି। ଏହି ବ୍ୟକ୍ତି ଜଣଙ୍କ ଅନୁପ ଦତ୍ତ ବୋଲି ଜଣା ପଡିଛି, ଯିଏକି କୋଲକାତା ପୋଲିସରେ ଏଏସ୍‌ଆଇ ଭାବରେ ନିୟୋଜିତ ଅଛନ୍ତି। ସିବିଆଇ ତାଙ୍କୁ ପ୍ରାୟ ଆଠ ଘଣ୍ଟା ଧରି ପଚରାଉଚରା କରିଥିଲା। ସୂଚନାନୁସାରେ, ତାଙ୍କ ବୟାନ ଯାଞ୍ଚ କରାଯାଉଛି ଏବଂ ତାଙ୍କୁ ପୁନର୍ବାର ଡକାଯାଇପାରେ।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସହିତ ଏସଆଇ ଦତ୍ତଙ୍କ କ’ଣ ସମ୍ପର୍କ ତାହା ସିବିଆଇ ଯାଞ୍ଚ କରୁଛି। ସଞ୍ଜୟ ରୟଙ୍କୁ ୨୦୧୯ରେ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀ ପାଇଁ ନାଗରିକ ସ୍ବେଚ୍ଛାସେବୀ ଭାବରେ ନିଯୁକ୍ତି ଦିଆଯାଇଥିଲା, କିନ୍ତୁ ସେ ସେଠାରେ କେବେ କାମ କରିନଥିଲେ। ସେ କୋଲକାତା ପୋଲିସ କଲ୍ୟାଣ ବୋର୍ଡରେ କାମ କରିବା ଆରମ୍ଭ କରିଥିଲେ।

ଜାଣିବାକୁ ମିଳିଛି ଯେ ଦତ୍ତ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସହ କୋଠରୀ ଶେୟାର କରିଥିଲେ। ଏଭଳି ପରିସ୍ଥିତିରେ ସଞ୍ଜୟ ରୟଙ୍କ ସହ ସମ୍ପର୍କ ଥିବା ନେଇ ସିବିଆଇ ଦତ୍ତଙ୍କୁ ପଚରାଉଚରା କରିଛି।

 

Share