ବାଲିଘାଟରେ ପୋଲିସକୁ ଅତର୍କିତ ଆକ୍ରମଣ,୨ କନ୍‌ଷ୍ଟେବଲ ଗୁରୁତର

ଛେନାପଦି,୨୫।୩(ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜମ୍ଭିରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀ ବାଲିଘାଟରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚୋରା ବାଲି ବ୍ୟବସାୟୀଙ୍କ ଆକ୍ରମଣରେ ୨ କନ୍‌ଷ୍ଟେବଲ ଗୁରୁତର ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଦ୍ୱୟଙ୍କ ପରିଚୟ ମିଳିପାରିନାହିଁ।

ସୂଚନା ଅନୁଯାୟୀ, ଉକ୍ତ ଘାଟରେ ବେଆଇନ ବାଲିଉଠାଣ ହେଉଥିବା ଅଭିଯୋଗ ହେଉଥିଲା। ଏ ନେଇ ମଙ୍ଗଳବାର ସନ୍ଧ୍ୟା ୭ଟା ସମୟରେ ନନ୍ଦିପଦା ପୋଲିସ ପକ୍ଷରୁ ୨ଜଣ କନ୍‌ଷ୍ଟେବଲ ସାଧା ପୋଷାକରେ ଯାଞ୍ଚ ନିମନ୍ତେ ବାଇକ ଯୋଗେ ଯାଇଥିଲେ। ଏହି ସମୟରେ ବାଲିପଦାସ୍ଥିତ ବେଆଇନ ବାଲିଘାଟରୁ ଟ୍ରାକ୍ଟର ଯୋଗେ ଚୋରା ବାଲିଚାଲାଣ ହେଉଥିଲା। ପୋଲିସ କର୍ମଚାରୀ ବାଲି ବୋଝେଇ ଟ୍ରାକ୍ଟର ଅଟକାଇ ଯାଞ୍ଚ କରିଥିଲେ। ଚୋରା ବାଲି ବ୍ୟବସାୟୀ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ୨ ଜଣ ଗୁରୁତରଙ୍କୁ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା, ନନ୍ଦିପଦା ଥାନା ଆଇପିଏସ ଅଧିକାରୀ ରାକେଶ କୁମାର ସାହୁଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ଉପସ୍ଥିତ ଅଛନ୍ତି। ହାବଳେଶ୍ୱର ସରପଞ୍ଚ ରମାକାନ୍ତ ନାୟକ ଓ ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି ମଧ୍ୟ ଘଟଣାସ୍ଥଳରେ ରହିଥିବା ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା ଦେଲେ ଭକ୍ତ, ‘ଆନ୍ଦୋଳନରେ ପହଞ୍ଚିବେ ରାହୁଲ’

ଭୁବନେଶ୍ୱର,୨୭।୩: ରାଜଧାନୀରେ କଂଗ୍ରେସ କରିଛି ରଣହୁଙ୍କାର। କଂଗ୍ରେସର ଗର୍ଜନରେ ଉଠୁଛି ପଡୁଛି ରାଜଧାନୀ। କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ବିଧାନସଭା ଆଗରେ...

ନଗ୍ନ ଭିଡିଓ ଭାଇରାଲ ଧମକ ଦେଇ ପିଉସା କରୁଥିଲେ ବଳାତ୍କାର, ଏବେ ଝିଆରୀ ୩ ମାସର ଗର୍ଭବତୀ

ବାରିପଦା,୨୭ା୩(ନୀଳାଦ୍ରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜନୈକା ଦଶମ ଶ୍ରେଣୀ ଛାତ୍ରୀଙ୍କ ନଗ୍ନ ଭିଡିଓ ଭାଇରାଲ ଧମକରେ ସମ୍ପର୍କୀୟ ପିଉସା ବାରମ୍ବାର...

ବିରୋଧୀଙ୍କ ଉପରେ ବର୍ଷିଲେ ମନମୋହନ, କହିଲେ ସେମାନେ ଦଳର…

ଭୁବନେଶ୍ୱର,୨୭ା୩: କଂଗ୍ରେସ ଗୁରୁବାର ବିଧାନସଭା ଘେରାଉ କରିଛି। ଏପଟେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ୍‌ କରି ବିରୋଧୀଙ୍କ ଉପରେ ପ୍ରବଳ...

କଂଗ୍ରେସ କଲା ଗର୍ଜନ, ମାନସଙ୍କୁ ଘରୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୨୭।୩: ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ। ରାମମନ୍ଦିର ଛକରୁ କଂଗ୍ରେସର ପଦଯାତ୍ରା ଆରମ୍ଭ ହୋଇଛି। ସେପଟେ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ପୁର୍ବରୁ ଗଙ୍ଗା ଜଳ...

ବାପା ଆଗରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ

କେନ୍ଦୁଝର,୨୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ) ଟ୍ରକ ଧକ୍କାରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ। ବାପା ଆଗରେ ଚାଲିଗଲା ଶିଶୁର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଯୋଡ଼ା...

ହୋମ୍‌ଗାର୍ଡ ପରୀକ୍ଷା ବେଳେ ଅଚେତ ହୋଇପଡ଼ିଥିଲେ ପରୀକ୍ଷାର୍ଥୀ, ଚିକିତ୍ସାଧୀନ ଅବସ୍ଥାରେ…

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ଚାଲିଥିଲା ଶାରିରୀକ ପରୀକ୍ଷା। ଏହି ପରୀକ୍ଷା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ପରୀକ୍ଷା ପାଇଁ...

ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ

ଉଦଳା,୨୭।୩(ସନ୍ତୋଷ କୁମାର ବାଛିନି): ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ଚିନ୍ତାରେ ଅଭିଭାବକ। ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ଅନ୍ତେବାସିନୀ। ଅନଷୋ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ...

ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ

ଫୁଲବାଣୀ, ୨୭।୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଅଞ୍ଚଳରେ ବୁଧବାର ଜଣେ ନାବାଳକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image