ସାମାନ୍ୟ ଏତିକି ଟଙ୍କା ଲାଞ୍ଚ ନେଉଥିଲେ ପୋଲିସ ବାବୁ: ଧରିଲା ଭିଜିଲାନ୍ସ

ଭୁବନେଶ୍ବର ୨।୩: ଭିଜିଲାନ୍ସ ହାତରେ ଏଏସ୍‌ଆଇ। କଟକ ଭଦ୍ରେଶ୍ବର ଥାନା ଏଏସ୍‌ଆଇ ଆଲୋକ କୁମାର ଷଡଙ୍ଗୀ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପରେ ତାଙ୍କୁ ଗିରଫ କରାଯାଇଛି।
ତେବେ ଜମିଜମା ବିବାଦ ମାମଲାରେ କେସ ରଫଦଫା କରିବାକୁ ସେ ଲାଞ୍ଚ ନେଉଥିଲେ । ଷଡଙ୍ଗୀଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।

Share