ଡାକ୍ତରଙ୍କୁ ପୋଲିସର ମାଡ଼ ଘଟଣା: ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିକଲା ଓଏମ୍‌ଏସ

କେନ୍ଦ୍ରାପଡ଼ା ଅଫିସ,୧୪ା୮: ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏଶନ (ଓଏମ୍‌ଏସ୍‌) ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ପୋଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶୁକ୍ରବାର ଦାବି ହୋଇଛି।
ସୂଚନାଯୋଗ୍ୟ, ଗତ ୩୧ ତାରିଖ ରାତିରେ ଟାଉନ ଥାନା ପୋଲିସ ସ୍ଥାନୀୟ ଡାକ୍ତରଙ୍କ ବିରୋଧରେ ଅମାନବୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଓଏମ୍‌ଏସ ଜିଲା ଶାଖା ସଭାପତି ଡା. ଅଶୋକ କୁମାର କର ଓ ସମ୍ପାଦକ ସଞ୍ଜିତ କୁମାର ସେଠୀଙ୍କ ସୂଚନାନୁଯାୟୀ, ଆସୋସିଏଶନର ଡା. ଦେବାଶିଷ ସାହୁ ଓ ଡା. ଶିବାଶିଷ ସାହୁଙ୍କୁ ଗତ ୩୧ ତାରିଖ ରାତିରେ ଗିରଫ କରିବା ସହ ମାଡ଼ ପୋଲିସ ମାଡ଼ ମାରଥିଲେ। ଏହାର ଫଟୋ ଭାଇରାଲ ହେଉଛି। ଥାନାର ଏପ୍ରକାର ମାନସିକତା ସହ୍ୟ ଯୋଗ୍ୟ ନୁହେଁ ବୋଲି ସେମାନେ କହିଛନ୍ତି। ଏ ନେଇ କାର୍ଯ୍ୟାନୁଷ୍ଠାନ ନ ହେଲେ ଓଏମ୍‌ଏସ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର ହେବ କୁହାଯାଇଛି।

 

Share