ପୋଲିସ ମାଡ଼ ଅଭିଯୋଗ : ଏଏସ୍‌ପିଙ୍କୁ ଭେଟିଲେ ପରିବାର ସଦସ୍ୟ

ଛତ୍ରପୁର,୨୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ମଙ୍ଗଳବାର ରାତିରେ ବଡ଼ମାଧପୁର ଗାଁର ଶଙ୍କର୍ଷଣ ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶଙ୍କର୍ଷଣଙ୍କ ନତକଟରେ ମଦ ଥିବା ସନ୍ଦେହକରି ପୋଲିସ ତାଙ୍କ ସହ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଓ ତାଙ୍କ ପରିବାର ଲୋକେ ବୁଧବାରି ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ରଙ୍କୁ ଭେଟି ଏସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଏସ୍‌ପିଙ୍କୁ ଭେଟିବାକୁ ଚାହୁଁଥିବାବେଳେ ଛତ୍ରପୁର ପୋଲିସ ପହଞ୍ଚି ସେମାନଙ୍କୁ ଆଲୋଚନା ପାଇଁ ଥାନାକୁ ନେଇଛି।
ଅପରପକ୍ଷରେ, ଛତ୍ରପୁର ଏସ୍‌ଡିପିଓ ଏସମ୍ପର୍କରେ ବୁଝିବେ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ କହିଛନ୍ତି। ବିନା ସର୍ଚ୍ଚ ୱାରେଣ୍ଟ କିମ୍ବା ଗାଁର ଭଦ୍ର ଲୋକଙ୍କୁ ନ ଆଣି ମୋତେ ମାଡ଼ ମାରିବା ସହ ବୋହୁ ଓ ନାତିକୁ ଠେଲା ପେଲା କରିଥିବା ଶଙ୍କର୍ଷଣ ଅଭିଯୋଗ କରିଛନ୍ତି।

Share