ଆନ୍ତଃ ରାଜ୍ୟ ଠକଙ୍କୁ ଭବାନୀପାଟଣା ଜେଲରୁ ଆଣିଲା ପୋଲିସ

ବ୍ରହ୍ମପୁର ଅଫିସ,୨୧ା୩: ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସୋମବାର ଭବାନୀପାଟଣା ଜିଲା କାରାଗାରରେ ଥିବା ଜଣେ ଆନ୍ତଃ ରାଜ୍ୟ ଠକଙ୍କୁ ବ୍ରହ୍ମପୁର ଆଣିଥିଲା। ଅଭିଯୁକ୍ତ ଜଣଙ୍କ ହେଲେ ଟାଉନ ଥାନା ଅନ୍ତର୍ଗତ ବିଜିପୁରର ସୁମନ ଶେଖର ରାଉତ(୩୦)। ପୋଲିସ ସୁମନଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା। ସୁମନଙ୍କ ନାମରେ ଗୋଷାଣୀନୂଆଗଁା ଥାନାରେ ନଂ. ୬୬/୨୩ ରେ ରୁଜୁ ହୋଇଥିବା ମାମଲାରେ କୋର୍ଟ ତାଙ୍କୁ ଜଡିତ କରିଥିଲେ। ସେହିପରି ପୋଲିସ ସୁମନଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲେ, କୋର୍ଟ ଦୁଇଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। ଫଳରେ ପୋଲିସ ସୁମନଙ୍କୁ ସୋମବାର ଅପରାହ୍ନରୁ ରିମାଣ୍ଡରେ ନେଇଛି। ଆସନ୍ତା ବୁଧବାର ଅପରାହ୍ନରେ ସୁମନଙ୍କୁ ପୁଣିଥରେ କୋର୍ଟରେ ହାଜର କରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ବ୍ରହ୍ମପୁର ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ସୁମନଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ ଫ୍ରିଜ୍‌ କରାଯିବ ବୋଲି ସେ କହିଥିଲେ। ସୁମନ ମହାରାଷ୍ଟ୍ର ନାଗପୁରରେ ଏକ ଏନ୍‌ଜିଓ ସଂସ୍ଥାରୁ ୪କୋଟି ଓ ଭବାନୀପାଟଣାରୁ ୨କୋଟି ଟଙ୍କା ଠକେଇ କରିଥିଲେ। ସେହିପରି ବ୍ରହ୍ମପୁର ଗୋଷାଣୀନୂଆଗଁା ଥାନା ଅଞ୍ଚଳରେ ଥିବା ଏକ ସଂସ୍ଥାରୁ ୪୦ଲକ୍ଷ ୬୫ ହଜାର ଟଙ୍କା ଠକିଥିଲେ। ଗତ ଫେବୃୟାରୀ ୨୩ରେ ଭବାନୀପାଟଣା ପୋଲିସ ସୁମନଙ୍କୁ ନାଗପୁରରୁ ଗିରଫ କରିଥିଲା। ପରେ ତାଙ୍କୁ ଭବାନୀପାଟଣା ଜିଲା କାରାଗାରକୁ ପଠାଇ ଦିଆଯାଇଥିଲା। ସେଠାରେ ସେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। କୋର୍ଟଙ୍କ ଅନୁମତିକ୍ରମେ ପୋଲିସର ଏକ ଟିମ୍‌ ଭବାନୀପାଟଣା ଯାଇଥିଲା। ସୋମବାର ଜିଲା କାରାଗାରରୁ ସୁମନଙ୍କୁ ଆଣି ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ବ୍ରହ୍ମପୁର ବିଜିପୁର ଟ୍ୟାଙ୍କ ରୋଡ୍‌ରେ ଶିକ୍ଷା ଓ ଅର୍ଥନୈତିକ ବିକାଶ ସମିତି ନାମରେ ଏକ ବେସରକାରୀ ସଂସ୍ଥା ରହିଛି। ଏଥିରେ ବ୍ରହ୍ମପୁର ବିଜିପୁର ଟ୍ୟାଙ୍କ ରୋଡ୍‌ର ଜଣେ ଯୁବକ ମହାରାଷ୍ଟ୍ର ନାଗପୁରରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ମାସ ଧରି କାମ କରିବା ପରେ ସେ ବିଭିନ୍ନ ଆର୍ଥିକ କାରବାର ବୁଝାବୁଝି କରୁଥିଲେ। ଗତ ବର୍ଷ ଡିସେମ୍ବର ୧୫ରେ ସଂସ୍ଥାର ଦିଲ୍ଲୀସ୍ଥିତ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ଉକ୍ତ ଯୁବକ ଜଣଙ୍କ ଚଞ୍ଚକତା କରି ନିଜ ବ୍ୟାଙ୍କ ଆକାଉଣ୍ଟକୁ ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ନେଇଯାଇଥିଲେ। ସେହିପରି ଚଳିତବର୍ଷ ଜାନୁୟାରୀ ୧୧ରେ ପୁଣିଥରେ ୬୫ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲେ। ତେବେ ମୋଟ ୪୦ ଲକ୍ଷ ୬୫ ହଜାର ଠକେଇ କରିବା ପୂର୍ବରୁ ଯୁବକ ଜଣଙ୍କ ସଂସ୍ଥାର ମୋବାଇଲ ନମ୍ବର ବଦଳରେ ବ୍ୟାଙ୍କରେ ନିଜ ମୋବାଇଲ ନମ୍ବର ଦାଖଲ କରିଥିଲେ। ଯେଉଁଥିପାଇଁ ସଂସ୍ଥା କର୍ତ୍ତୃପକ୍ଷ ଉକ୍ତ ଟଙ୍କା ଟ୍ରାନ୍ସଫର ବିଷୟରେ ଜାଣିପାରି ନ ଥିଲେ। ପରେ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଇଥିବା କଥା ଜଣାପଡିବା ପରେ ଖୋଳତାଡ ଆରମ୍ଭ ହୋଇଥିଲା। ସୁମନ ଉକ୍ତ ଟଙ୍କା ହଡପ କରିଥିବା ଜଣାପଡ଼ିବା ପରେ ସଂସ୍ଥା ପକ୍ଷରୁ ଏଚ୍‌. ରଞ୍ଜନ ନାୟକ ଗୋଷାଣୀନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ନଂ.୬୬/୨୩ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅନୁମତିରେ ଗଛ କଟାକୁ ନେଇ ଅସନ୍ତୋଷ

ନନ୍ଦପୁର,୨୪ା୪(ତୁଷାର କାନ୍ତ ମହାନ୍ତି)- ନନ୍ଦପୁର-ଲମତାପୁଟ ପୂର୍ତ୍ତବିଭାଗ ରାସ୍ତା କଡ଼ରୁ ବିନା ଅନୁମତିରେ ଗଛ କଟାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ବନମାଳୀପୁଟ...

ଜଙ୍ଗଲରେ ନିଆଁ: ଆୟତ୍ତ କଲେ ସ୍ବେଚ୍ଛାସେବୀ, ବନ କର୍ମଚାରୀ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗା – ବଗେଇବିରା ଗ୍ରାମ୍ୟ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ବୈଷ୍ଣୋଦେବୀ...

ଆସିଲା ଖୁସି ଖବର: ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା

ଭୁବନେଶ୍ୱର,୨୪।୪: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶିକୁ ଗୁରୁବାର ବୃଦ୍ଧି କରିଛନ୍ତି। କନଷ୍ଟେବଲଙ୍କଠାରୁ ଆରମ୍ଭ...

ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା...

କଳାହାଣ୍ଡିରେ ପାରଦ ଉପରମୁହାଁ: ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୪ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ସହରର ତାପମାତ୍ରା ଏବେ ୪୫...

ନ୍ୟାସନାଲ ହେରାଲ୍ଡ ମାମଲା, ED ସ୍କାନରରେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୪।୪: ସ୍ବାଧୀନତା ପରବର୍ତ୍ତୀ ରାଜନୈତିକ ମାନଚିତ୍ରରେ ଦୀର୍ଘ ଦିନ ଧରି ହଜି ଯାଇଥିବା ନ୍ୟାସନାଲ ହେରାଲ୍ଡ ମାମଲା ପୁଣିଥରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି –...

ଭାଉଜଙ୍କୁ ଟଣାଓଟରା କରିବା ସହ ସୁନା ଚେନ ଲୁଟ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଭାଉଜଙ୍କୁ ଟଣାଓଟରା କରିବା ସହ ବେକରୁ ଏକ ସୁନା ଚେନ ଲୁଟି ନେଇଥିବା ନେଇ...

ଭାଇଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ହତ୍ୟା ଉଦ୍ୟମ: ସାନ ଭାଇଙ୍କୁ ୫ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସିଜେଏମ ତଥା ସେସନ ଜଜ୍‌ ହିମାଂଶୁ ଶେଖର ବିଶ୍ୱାଳ ଏକ ମରଣାନ୍ତ୍ରକ ଆକ୍ରମଣ ମାମଲାର ବିଚାର କରିଛନ୍ତି। ଅଭିଯୁକ୍ତ ଅମ୍ବିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image