ପୋଲିସ ବର୍ବରତା: ମହିଳାଙ୍କୁ ଘୋଷାରି ମାଡ଼

ଚାନ୍ଦବାଲି,୨୭ା୬ (କିଷାନ ପାତ୍ର)ଚାନ୍ଦବାଲି ପୋଲିସର ବର୍ବରତା ସୀମା ଟପିଛି। ଥାନା ପରିସରରେ ଜଣେ ଦଳିତ ମହିଳାଙ୍କୁ ଘୋଷାରି ଘୋଷାରି ମାଡ଼ ମାରିବା ସହ ତାଙ୍କର ନାବାଳିକା ନଣନ୍ଦଙ୍କୁ ମଧ୍ୟ ମାଡ଼ ମାରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୩ଜଣ ପୁରୁଷ ପୋଲିସ ଜଣେ ମହିଳାଙ୍କୁ ଥାନା ପରିସରରେ ଏଭଳି ମାଡ଼ ମାରିବା ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ପୋଲିସ ଆକ୍ରମଣରେ ଆହତ ହୋଇଥିବା ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଚାନ୍ଦବାଲି ଏନ୍‌ଏସିର ଶମ୍ଭୁରାମ ସେଠୀ ଏକ ଗଣ୍ଡଗୋଳ ଘଟଣାକୁ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଶମ୍ଭୁରାମଙ୍କୁ ଦେଖା କରିବା ପାଇଁ ସ୍ତ୍ରୀ ମିତା ସେଠୀ ତାଙ୍କ ନାବାଳିକା ନଣନ୍ଦ ଓ ୩ ବର୍ଷର ଝିଅକୁ ଧରି ଥାନାକୁ ଯାଇଥିଲେ। ଥାନା ସମ୍ମୁଖରେ ପଡ଼ିଥିବା ଏକ ଜୋତା ଖୋଳ ଧରି ଝିଅ ଖେଳୁଥିବା ଦେଖି ମିତା ତାହାକୁ ଛଡ଼ାଇ ଆଣି ବାହାରେ ପକାଇ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା କନଷ୍ଟେବଲ ରବୀନ୍ଦ୍ର ସେଠୀ ଜୋତା ଖୋଳକୁ ଡଷ୍ଟବିନ୍‌ରେ ନ ପକାଇ ବାହାରେ କାହିଁକି ପକାଇଲ ବୋଲି ପଚାରିଥିଲେ। ଏଥିରେ ମିତା ରାଗିଯାଇ ଥାନା କ’ଣ ତୋ ବୋପାର, ମୋର ଯେଉଁଠି ଇଚ୍ଛା ହେବ ମୁଁ ସେଠି ପକାଇବି ବୋଲି କହିଥିଲେ। ଏଥିରେ କନଷ୍ଟେବଲ ସେଠୀ ଉତ୍ତ୍ୟକ୍ତ ହୋଇ ମିତାଙ୍କ ଗାଲକୁ ଦୁଇ ତିନି ଚାପୁଡ଼ା ମାରିଥିଲେ। ମିତା ରାଗିଯାଇ ରବୀନ୍ଦ୍ରଙ୍କୁ ଗାଳିଗୁଲଜ କରିବା ସହ ଇଟା ଫିଙ୍ଗିଥିଲେ। ସେହି ସମୟରେ ବର୍ଷା ହେଉଥିବାରୁ ଥାନା ସମ୍ମୁଖ ହନୁମାନ ମନ୍ଦିର ଉପରକୁ ମିତା ଚାଲିଆସିଥିଲେ।

ଏହି ଘଟଣା ପରେ ଏଏସ୍‌ଆଇ ନେପାଳ ସାହା, କନଷ୍ଟେବଲ ରବୀନ୍ଦ୍ର ସେଠୀ ଓ ଥାନା ଗାଡ଼ି ଡ୍ରାଇଭର କିଶୋର କୁମାର ମହାପାତ୍ର ହନୁମାନ ମନ୍ଦିରକୁ ଆସି ମିତାଙ୍କୁ ଏକ ପ୍ଲାଷ୍ଟିକ ପାଇପ୍‌ରେ ମାଡ଼ ମାରିବା ସହ ବର୍ଷାରେ ଘୋଷାରି ଘୋଷାରି ଥାନାକୁ ନେଇଯାଇଥିଲେ। ଟଣା ଘୋଷରାରେ ମହିଳାଙ୍କର ଶାଢ଼ି ସମ୍ପୂର୍ଣ୍ଣ ଚିରି ଯାଇଥିଲା ଓ ତାଙ୍କ କାନ ବାଟେ ରକ୍ତ ବାହାରିଥିଲା। ନାବାଳିକା ନଣନ୍ଦ ବାଧା ଦେବାରୁ ତାକୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୂର୍ଣ୍ଣ ଘଟଣାକୁ ସେଠାରେ ଥିବା କିଛି ଲୋକେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରଛନ୍ତି। ଏହି ଘଟଣାରେ ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଟୁପାଲି ଚାନ୍ଦବାଲି ଏସ୍‌ଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଓ ଚାନ୍ଦବାଲି ଥାନାଧିକାରୀ ପଞ୍ଚାନନ ମହାନ୍ତିଙ୍କୁ ନେଇ ଏକ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେବା ସହ ଏଏସ୍‌ଆଇ ନେପାଳ ସାହା ଓ ରବୀନ୍ଦ୍ର ସେଠୀଙ୍କୁ ଭଦ୍ରକ ଜିଲା ମୁଖ୍ୟାଳୟକୁ ବଦଳି କରିଛନ୍ତି।ଏ ସମ୍ପର୍କରେ ଏସ୍‌ଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ଘଟଣା ମୋବାଇଲରେ ଦେଖିଛି ଓ ତଦନ୍ତ ପରେ ରିପୋର୍ଟ ଏସ୍‌ପିଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିିବାକୁ ଚାନ୍ଦବାଲି ଦଳିତ ମହାସଂଘ ଦାବି କରିଛି। ଏହି ଘଟଣାରେ ମହିଳାଙ୍କ ଅଭିଯୋଗକୁ ଭତ୍ତିକରି ଥାନାରେ ଏକ ମାମଲା(ନଂ.୨୮୫/୨୪) ଓ ପୋଲିସକୁ ଆକ୍ରମଣ ଅଭିଯୋଗରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଅନ୍ୟ ଏକ ମାମଲା(ନଂ.୨୮୪/୨୪) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri