୫ କୋଟି ଟଙ୍କାର ଗଞ୍ଜେଇ ପୋଡ଼ିଦେଲା ପୋଲିସ

ଚିତ୍ରକୋଣ୍ଡା,୨୫।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ୫ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କରିଦେଇଥିବା ସୂଚନା ମିଳିଛି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମୁମୁଡି ପଞ୍ଚାୟତ ଅନ୍ତର୍ଭୁକ୍ତ ଡାଇକ -ଟୁ, ଡାଇକ-ଥ୍ରୀ, ଓ ବାନ୍ଦାମାମୁଡି ଗ୍ରାମ ନିକଟ ୩୦ ଏକର ଜମିରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଗଞ୍ଜେଇ ଗଛ ପୋଡି ନଷ୍ଟ କରିଦିଆଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ। ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ସଦଳବଳେ ପହଞ୍ଚି ଏହି କାର୍ଯ୍ୟ କରିଛନ୍ତି। ଏ ନେଇ ଚିତ୍ରକୋଣ୍ଡା ଥାନାରେ କେସ୍‌ ନଂ. ୧୩୨/୨୦ରେ ଏକ ମାମଲା ରୁଜୁ ହୋଇଛି।