ଆନ୍ଦୋଳନ ପରେ ଚାଇନାର ସହରରେ ପୋଲିସ ଛାଉଣୀ

ସାଂଘାଇ,୩୦।୧୧: ଚାଇନାରେ ଜିରୋ-କୋଭିଡ୍‌ ନୀତିକୁ ବିରୋଧ କରି ବିଭିନ୍ନ ସହରରେ ଆନ୍ଦୋଳନ ଜାରି ରହିଥିବାବେଳେ ରାଜନୈତିକ ସ୍ବାଧୀନତା ପ୍ରଦାନ ସହ ଲକ୍‌ଡାଉନ୍‌ କଟକଣା ହଟାଇବା ଦାବିରେ ଦେଶବ୍ୟାପୀ ର଼୍ୟାଲି ନିମନ୍ତେ ଆହ୍ବାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଶି ଜିନ୍‌ପିଙ୍ଗ୍‌ ସରକାର ବେଜିଂ, ସାଂଘାଇ ସମେତ ବିଭିନ୍ନ ସହରକୁ ପୋଲିସ ଓ ସୁରକ୍ଷା ବଳ ଛାଉଣିରେ ପରିଣତ କରିଛନ୍ତି। କୋଭିଡ୍‌ କଟକଣା ଓ ଲକ୍‌ଡାଉନ୍‌କୁ ନେଇ ଚାଇନାରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାଜନୈତିକ ପରିବର୍ତ୍ତନ ନିମନ୍ତେ ଆହ୍ବାନ ଦେଇଛନ୍ତି। ଚାଇନାର କମ୍ୟୁନିଷ୍ଟ ଶାସକ ବହୁ ଦଶନ୍ଧି ମଧ୍ୟରେ କେବେ ଏଭଳି ବିରୋଧର ସମ୍ମୁଖୀନ ହୋଇ ନ ଥିଲେ। ଆନ୍ଦୋଳନକୁ ଜାତିସଂଘ, ଆମେରିକା ଓ ଅନ୍ୟ ରାଷ୍ଟ୍ର ସମର୍ଥନ ଜଣାଇବା ପରେ ଜିନ୍‌ପିଙ୍ଗ୍‌ ସରକାର ଲକ୍‌ଡାଉନ୍‌ ପ୍ରଭାବ କମ୍‌ କରିବାକୁ ପଦକ୍ଷେପ ନେବେ ବୋଲି ମଙ୍ଗଳବାର କହିଛନ୍ତି। ପରିବର୍ତ୍ତିତ ସ୍ଥିତି ସହ ଜିରୋ-କୋଭିଡ୍‌ ନୀତିକୁ ବଦଳାଇବାକୁ ଉଦ୍ୟମ ହେଉଛି। ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷିତ ରଖି ଲକ୍‌ଡାଉନ୍‌ ଯେପରି ସାମାଜିକ-ଅର୍ଥନୈତିକ ବିକାଶ ଉପରେ ପ୍ରଭାବ ନ ପକାଇବ ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି।
କଠୋର କୋଭିଡ୍‌ କଟକଣାକୁ ନେଇ ଦୀର୍ଘଦିନ ହେଲା ଜନ ଅସନ୍ତୋଷ ଲାଗି ରହିଥିଲା। ଗତ ସପ୍ତାହରେ ଉରୁମ୍‌କି ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। କୋଭିଡ୍‌ କଟକଣା ଯୋଗୁ ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ୧୦ ଜଣଙ୍କ ଜୀବନ ଗଲା ବୋଲି ଅଭିଯୋଗ କରି ଲୋକେ ରାସ୍ତାକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତକୁ ଚିଠି ଲେଖିଲା ବାଂଲାଦେଶ

ଢାକା,୨୩।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ଦାବିରେ ବାଂଲାଦେଶ ଭାରତକୁ ଏକ ଚିଠି ଲେଖିଛି। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ତାହିଦ ହୁସେନ କହିଛନ୍ତି...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ରାଜନୀତିରୁ କାହିଁକି ଦୂରେଇ ଗଲେ ଇଭାଙ୍କା ଟ୍ରମ୍ପ, ନୂଆ ସରକାରରେ ସାମିଲ ନ ହେବାର କାରଣ ଜାଣନ୍ତୁ

ଓ୍ବାଶିଂଟନ,୨୩।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି। ଇଭାଙ୍କା ତାଙ୍କ ପିତା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ...

୧୨ ବର୍ଷର ଛାତ୍ର ହେଲେ ଶିକ୍ଷୟିତ୍ରୀଙ୍କ ପିଲାର ପିତା! DNA ଖୋଲିଲା ରାଜ୍‌

ଓ୍ବାଶିଂଟନ,୨୩।୧୨: ଆମେରିକାର ଟେନେସି ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଟେନିସି ରାଜ୍ୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣେ ୧୨ ବର୍ଷର ବାଳକକୁ ବଳାତ୍କାର...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଦିନେ ଆମେରିକାର ରାଷ୍ଟ୍ରପତି ହେବେ ଏଲୋନ ମସ୍କ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୧୨: ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି, ସେ ମଧ୍ୟ ଖୁବ ଶୀଘ୍ର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।...

ଭାରତରୁ ପଙ୍ଗା ନେଲା ତ ଆମେରିକା ଶିଖାଇଲା ବୁଦ୍ଧି, ଏବେ ଚାଇନାର ନିଷ୍ପତ୍ତିକୁ ନେଇ ଅଡୁଆରେ ପଡିବେ ଟ୍ରୁଡୋ!

ଟରଣ୍ଟୋ,୨୩।୧୨: କାନାଡା ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି, ଯାହା ଭାରତ ସହ ସମ୍ପର୍କକୁ ନଷ୍ଟ କରିସାରିଛି। ଏଥର ଏହି ପ୍ରସଙ୍ଗ ଚାଇନା...

ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri