ମାତୁଛନ୍ତି ଚୋର, ଅଭିଯୋଗ ପରେ ବି ଧରି ପାରୁନି ପୋଲିସ

ଗୋପାଳପୁର,୧୫।୬(ନବୀନ ରାଜ ଆଚାରୀ): ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳ ଚୋର ଦଳ ସକ୍ରିୟ ହୋଇପଡିଛନ୍ତି l ଗୋଟିଏ ପରେ ଗୋଟିଏ ଘର ଟାର୍ଗେଟ କରି ଦୁର୍ବୃତ୍ତମାନେ କଳା କନା ବୁଲେଇ ବାରେ ସଫଳ ହୋଉଛନ୍ତି l ସ୍ଥାନୀୟ ଥାନାତ୍‌ରେ ମାମଲା ପରେ ମାମଲା ହୋଇଥିଲେ ମଧ୍ୟ୍ୟ ପୋଲିସ ଅଭିଯୁକ୍ତ ମାନଙ୍କ ଚିହ୍ନଟ କରିବା ସକ୍ଷମ ହୋଇ ପାରୁ ନାହିଁ ବେଳେ ପୋଲିସକୁ ଦୁର୍ବୃତ୍ତମାନେ ଖୋଲା ଚାଲେଞ୍ଜ ଦେଉଛନ୍ତି l

ଗତ ୧୩ ତାରିଖ ବିଳମ୍ବିତ ରାତିରେ ସାନକୁସ୍ଥଳୀ ଗ୍ରାମରେ ଏକ ଘରୁ ଦୁର୍ବୃତ୍ତ ମାନେ କଳା କନା ବୁଲେଇଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ସାନକୁସ୍ଥଳୀ ଗ୍ରାମ ନିବାସୀ ଅମର ସେଠି ତାଙ୍କ ପରିବାର ଲୋକ ସବୁଦିନ ଭଳି ରାତିରେ ଖାଇବା ପରେ ଶୋଇପଡିଥିଲେ l ଦୁର୍ବୃତ୍ତ ମାନେ ବିଳମ୍ବିତ ରାତିରେ ଘର ପଛପଟୁ କବାଟ ତାଡି ପଶି ଆଲମିରା ଭାଙ୍ଗି ତିନି ତୁଳା ସୁନା ଅଳଙ୍କାର, ୧୦ ହାଜର ଟଙ୍କା ଓ ଅନ୍ୟ ସାମଗ୍ରୀ ଲୁଟି ନେଇ ଚମ୍ପଟ ମାରିଥିଲେ l ଭୋର ସମୟରେ ଅମର ପରିସ୍ରା ଉଠିବା ପରେ ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ l ଏ ନେଇ ଗୋପାଳପୁର ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ l ଥାନା କେଶ ନ ୧୮୫/୨୪ ପ୍ରକାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଘଟଣା ସ୍ଥଳକୁ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରି ଫେରିଥିବା ସୂଚନା ମିଳିଛି l

Share