Categories: ଜାତୀୟ

ଟ୍ରାକ୍ଟର ରାଲି ବେଳେ କୃଷକଙ୍କ ମୃତ୍ୟୁ ଉପରେ ଟୁଇଟ କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ,୧ା୨- ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ଜଣେ କୃଷକଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଏକ ଖବରକୁ ଶେୟାର କରିଥିବା ‘ଦ ଓୟାର’ ନାମକ ଏକ ଓ୍ବେବ ପୋର୍ଟାଲର ସମ୍ପାଦକ ସିଦ୍ଧାର୍ଥ ଭରାଦରାଜନଙ୍କ ନାମରେ ପୋଲିସ ମାମଲା ଦାୟର କରିଛି। ଏ ନେଇ ପ୍ରଥମେ ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା।

ମୃତ କୃଷକ ଜଣକଙ୍କ ଉତ୍ତର ପ୍ରଦେଶର ରାମପୁର ଗ୍ରାମର ବାସିନ୍ଦା ଥିଲେ। ତାଙ୍କ ପରିବାରର ମତକୁ ନେଇ ଉକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପରିବାରବର୍ଗଙ୍କ ମତରେ ଗୁଳି କରି ହତ୍ୟା କରାଯାଇଛି। ଆଉ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ମଧ୍ୟ ଏହା ସ୍ବୀକାର କରିଥିବା ପରିବାର ସଦସ୍ୟ ଦାବି କରିଥିଲେ। ଏହାପରେ ଉକ୍ତ ଡାକ୍ତରଙ୍କ ପକ୍ଷରୁ ଏକ ବିବୃତି ପ୍ରକାଶ ପାଇଥିଲା, ଯେଉଁଥିରେ ପରିବାର ଲୋକଙ୍କ ସହ କଥା ହୋଇ ନ ଥିବା ଉଲ୍ଲେଖ କରିଥିଲେ। ଉତ୍ତର ପ୍ରଦେଶ ପୋଲିସ ଅନୁଯାୟୀ, ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ଗୁଳି କରାଯାଇ ନ ଥିବା ସ୍ପଷ୍ଟ ଜଣାପଡ଼ୁଛି। ଟ୍ରାକ୍ଟର ଓଲଟିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ବରେଲି ଜିଲାର ବରିଷ୍ଠ ପୋଲିସ ଅଧିକାରୀ ଅବିନାଶ ଚନ୍ଦ୍ର କହିଛନ୍ତି।

Share