ପଶ୍ଚିମବଙ୍ଗରୁ ବାଂଲାଦେଶ ପଠାଯାଉଥିଲା ଚୋରି ମୋବାଇଲ: ୫ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ

ଜୟପୁର,୧୨।୯(ପବନ ପାଣିଗ୍ରାହୀ): ଆନ୍ତଃରାଜ୍ୟ ର଼୍ୟାକେଟ୍‌ର ୫ ମୋବାଇଲ ଫୋନ୍‌ ଲୁଟେରାକୁ ଜୟପୁର ଟାଉନ ପୋଲିସ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ବିଶାଳ କୁମାର ମହତ(୨୨), ହରି କୁମାର ମହ (୩୦) ଉତ୍ତମ ତୁରି (୨୨)। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୨ଜଣ ନାବାଳକ ରହିଥିବା ଜୟପୁର ଏସ୍‌ଡିପିଓଙ୍କ କାଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଅଙ୍କିତ କୁମାର ବର୍ମା ସୂଚନା ଦେଇଛନ୍ତି।

ଗତ ୬ ଓ ୭ ତାରିଖରେ ଜୟପୁର ଦୈନିକ ବଜାରରୁ ୧୨ଟି ମୋବାଇଲ ଫୋନ୍‌ ଚୋରି ହୋଇଥିଲା। ଏନେଇ ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି ଫୁଟଜ୍‌ ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ।

ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଏସ୍‌ଆଇ ସିଦ୍ଧାନ୍ତ ବେହେରାଙ୍କ ନେତୃତ୍ୱରେ ଲୁଟେରାଙ୍କୁ ଧରିବା ପାଇ ଝାରସୁଗୁଡାକୁ ଯାଇଥିଲା। ସେଠାରେ ବିଭିନ୍ନ ସ୍ଥାନରେ ଚଢାଉ କରି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୫ଜଣକୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୫୦ଟି ଚୋରି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଜୟପୁର ଅଣାଯାଇ ଅଧିକ ତଦନ୍ତ କରାଯାଇଥିଲା। ସେମାନେ ଜୟପୁର ଆସି ଏକ ହୋଟେଲରେ ରହିଥିଲେ। ଏଠାରେ ଲୁଟ କରି ପୁଣି ଝାରୁସୁଗୁଡା ଫେରିଥିଲେ। ମୋବାଇଲ ଚୋରି କରି ସେମାନେ ପଶ୍ଚିମବଙ୍ଗର ଜଣେ ଲୋକଙ୍କୁ ବିକ୍ରି କରୁଥିବା ଜଣାପଡିଛି।

ପଶ୍ଚିମବଙ୍ଗର କ୍ରେତା ଉକ୍ତ ମୋବାଇଲକୁ ବାଂଲାଦେଶକୁ ପଠାଉଥିବା ସୂଚନା ମିଳିଛି। ୩ ଅଭିଯୁକ୍ତଙ୍କୁ ସଂଘବଦ୍ଧ ଚୋରି ଦଫାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ୨ ଜଣକୁ ଜୁଭେଲାଇନ ଜଷ୍ଟିସବୋର୍ଡଙ୍କ ନିକଟରେ ହଜାର କରାଯାଇଛି । ୫୦ଟି ମୋବାଇଲରୁ ୧୨ଟି ମୋବାଇଲ ଫୋନ୍‌କୁ ମାଲିକଙ୍କ ମାଲିକାନା ଯାଞ୍ଚ କରି ହସ୍ତାନ୍ତର କରାଯାଇଛି । ଅନ୍ୟ ମୋବାଇଲ ସବୁ ଯାଞ୍ଚ କରାଯାଇ ମାଲିକକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ରମଣି ରଞ୍ଜନ ଦଳେଇ, ଏସ୍‌ଆଇ ସିଦ୍ଧାନ୍ତ ବେହରା ପ୍ରମୁଖ ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅନୁରୋଧ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଲେ ଏହି ଦାବି

ଭୁବନେଶ୍ୱର,୧୭।୯: ରାଞ୍ଚିର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ମାମଲାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହାର...

ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ: ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ,୧୭।୯: ଓଡ଼ିଶା ଭିଜିଲାନ୍ସ ଗତ କିଛି ଦିନ ଧରି ଦୁର୍ନୀତିଗ୍ରସ୍ଥ ଅଧିକାରୀ ମାନଙ୍କ ଉପରେ ଚଢ଼ାଉ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ସଦର...

ଆଜି ଆକାଊଣ୍ଟକୁ ଆସିନି ଟଙ୍କା, ପୁଣି ଦ୍ୱିତୀୟ ଥର କରିପାରିବେ କି ଆବେଦନ, ଜାଣି ନିଅନ୍ତୁ…

ଭୁବନେଶ୍ୱର,୧୭।୯: ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ନିଜ ଜନ୍ମଦିନରେ ଓଡିଶାରେ ମହିଳାମାନଙ୍କୁ...

ଚୋରି ଟ୍ରକ ଘଟଣାରେ ଜଣେ ଗିରଫ ଜଣେ ଫେରାର

ଗୋପାଳପୁର, ୧୭।୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଶନିବାର ବିଳମ୍ବିତ ରାତିରେ ହଳଦିଆପଦର ଗ୍ରାମ ନିକଟରେ ପାର୍କିଂ ଅବସ୍ଥାରେ ଥିବା ଏକ ଟ୍ରକ ଚୋରି...

ସୁଭଦ୍ରା ଯୋଜନାକୁ ନେଇ ମୋଦିଙ୍କୁ ଟାର୍ଗେଟ, ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ…

ଭୁବନେଶ୍ୱର,୧୭।୯: ଓଡ଼ିଶାବାସୀଙ୍କ ପାଇଁ ବହୁ ପ୍ରତିକ୍ଷୀତ ଯୋଜନା ସୁଭଦ୍ରାର ଲୋକାର୍ପଣ ହୋଇଛି । ଆଉ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ଟଙ୍କା । ତେବେ ଏହାକୁ ନେଇ...

ମୋଦିଙ୍କୁ ନେଇ ଷ୍ଟେଜରେ ବଡ଼କଥା କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମଙ୍ଗଳବାର ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି...

ଜନ୍ମ ଦିନରେ ମା’ ହିରାବେନଙ୍କୁ ମନେ ପକାଇଛନ୍ତି ମୋଦି

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri