ଐଶ୍ୱର୍ଯ୍ୟାଙ୍କ ଗହଣା ଚୋରଙ୍କୁ ଧରିଲା ପୋଲିସ

ଦକ୍ଷିଣ ସିନେମାର ଭେଟେରାନ ଅଭିନେତା ରଜନୀକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଲକରରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ଚେନ୍ନାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ମାମଲାର ତଦନ୍ତ କରି ଐଶ୍ୱର୍ଯ୍ୟାଙ୍କ ଘରର ଚାକରାଣୀ ୧୮ ବର୍ଷୀୟା ଇଶ୍ୱରୀ ଏବଂ କାର ଭେଙ୍କଟେଶଙ୍କୁ ଚୋରି ଅଭିଯୋଗରେ ଗିରଫ କରିଛି।
ଚେନ୍ନାଇରେ ଥିବା ତାଙ୍କ ଘରର ଲକରରୁ ସୁନା, ହୀରା ଏବଂ ରୂପା ଅଳଙ୍କାର ୩ ଲକ୍ଷରୁ ଅଧିକ ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ପୋଲିସ ଅଭିଯୋଗରେ ଐଶ୍ୱର୍ଯ୍ୟା ରଜନୀକାନ୍ତ କହିଥିଲେ। ତାଙ୍କ ଅଭିଯୋଗ ଉପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଚେନ୍ନାଇ ପୋଲିସ ଏହି ମାମଲାରେ ସଫଳତା ହାସଲ କରିଛି।
ଦୀର୍ଘ ଦିନ ଧରି ଐଶ୍ୱର୍ଯ୍ୟାଙ୍କ ଘରେ କାମ କରୁଥିବାରୁ ଇଶ୍ୱରୀଙ୍କର ଲକର ଚାବି ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା ପୋଲିସ କହିଛି। ସେ କାର ଡ୍ରାଇଭରଙ୍କ ନିର୍ଦ୍ଦେଶରେ ଏହି କାମ କରିଥିଲେ। ସେ ଘର କିଣିବା ପାଇଁ ଅଳଙ୍କାର ବ୍ୟବହାର କରିଥିଲେ, ତାଙ୍କ ଘର ସହ ଜଡିତ କାଗଜପତ୍ର ମଧ୍ୟ ଇଶ୍ୱରୀଙ୍କ ନିକଟରୁ ଜବତ କରାଯାଇଛି।
ଐଶ୍ୱର୍ଯ୍ୟା ହେଉଛନ୍ତି ଦକ୍ଷିଣ ଭେଟେରାନ କଳାକାର ଧନୁଷଙ୍କ ପୂର୍ବତନ ସ୍ତ୍ରୀ। ଦୁହେଁ ବିବାହର ୧୮ ବର୍ଷ ପରେ ଛାଡପତ୍ର ନେଇଥିଲେ।

Share