ଧାରଣାସ୍ଥଳରେ ପୋଲିସର ଲାଠିଚାର୍ଜ, ଛତ୍ରଭଙ୍ଗ ଦେଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଖଲ୍ଲିକୋଟ ଥାନା ଆଗରେ ସକାଳ ୯ଟାରୁ ଭାଜପା ସମର୍ଥକଙ୍କ ଧାରଣା ଜାରି ରହିଥିଲା। ୧.୩୦ ସମୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଭ୍ୟାନ୍‌ ଯୋଗେ ନେଉଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରୁ କେହିଜଣେ ଟେକା ମାରିବା ଫଳରେ ପୋଲିସ ପକ୍ଷରୁ ଲାଠିଚାର୍ଜ ସହ ରବର ବୁଲେଟ ଫାୟାରିଂ ହୋଇଥିଲା ଏବଂ ବାଇକ୍‌ ସହ ଗାଡ଼ିଗୁଡିକୁ ପୋଲିସ ବାଡ଼ିଆପିଟା କରି ଭାଙ୍ଗିଥିଲା। ଜନସାଧାରଣ ଛତ୍ର ଭଙ୍ଗ ଦେଇ ପ୍ରାଣ ବିକଳରେ ଦୌଡ଼ିଥିଲେ।

Share
Tags: police