ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ-ଜନତା ମୁହାଁମୁହିଁ

ଭୁବନେଶ୍ବର, ୨୬।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅର୍ଥାତ୍‌ ମଙ୍ଗଳବାର ପୋଲିସ ଓ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। କଂଗ୍ରେସ ଭବନ ନିକଟରେ ଛିଡା ହୋଇ ଜୋର ଜବରଦସ୍ତ ପରେଡ ଦେଖିବା ସମୟରେ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । ରାଜ୍ୟସ୍ତରୀୟ ପରେଡ୍‌ ସମାରୋହରୁ ସାଧାରଣ ଜନତା ବଞ୍ଚିତ ହେବାକୁ ନେଇ ଏଭଳି ଘଟିଛି।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ଗାନ୍ଧୀ ମାର୍ଗରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ନିଷେଧ କରାଯାଇଥିଲା । ସକାଳ ୬ଟା ୩୦ରୁ ୯ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିଲା । ଯାହାକୁ ନେଇ ଜନତା ଅସନ୍ତୋଷ ପ୍ରକାଶ କରିଥିଲେ । ଜନତା ପଇସାରେ କାର୍ଯ୍ୟକ୍ରମ କରାଯିବା ସତ୍ତ୍ବେ ତାଙ୍କୁ କାହିଁକି ବାରଣ କରାଯାଉଛି ବୋଲି ଜନତା ପ୍ରଶ୍ନ ପଚାରିଥିଲେ । ଏପରିକି ‘ଓ୍ବାନ ମ୍ୟାନ ଓ୍ବାନ ଭୋଟ ଓ୍ବାନ ଭାଲ୍ୟୁ ହିସାବରେ ଆମେ ଭୋଟ ଦେଇଛୁ ହେଲେ କାହିଁକି ଆମର ସେଠି ଦେଖିବାର ଅଧିକାର ନାହିଁ ବୋଲି ପ୍ରଶ୍ନ କରିଥିଲେ। ଯାହା ଫଳରେ କିଛି ସମୟ ଧରି ପୋଲିସ ଓ ପବ୍ଲିକ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Share