ମା’ ହେବାର ଅନୁଭବ ଅତ୍ୟନ୍ତ ରୋମାଞ୍ଚକର। ପ୍ରତ୍ୟେକ ମହିଳା ନିଜ ଜୀବନରେ ଏହି ସମୟକୁ ସବୁଠାରୁ ସୁଖଦ ସମୟ ବୋଲି ମନେ କରିଥାନ୍ତି। ଗର୍ଭାବସ୍ଥାରେ ଅନେକ ସମୟରେ ଏମିତି କିଛି ଅଘଟଣ ଘଟେ ଯାହାକି ଏହାକୁ ବହୁତ ଜଟିଳ କରିଦେଇଥାଏ। ଏମିତି କିଛି ଘଟିଛି ମଞ୍ଚେଷ୍ଟରରେ ରହୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ।
୩୨ ବର୍ଷୀୟା ଜୋନ୍ନି ରେଲି ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଥିଲେ। ତାଙ୍କର ଯାଆଁଳା ଶିଶୁ ହେବାର ଥିଲା। ୧୦ ଜାନୁଆରୀ ୨୦୧୯ରେ ସେ ନିଜର ପ୍ରଥମ ସନ୍ତାନକୁ ଜନ୍ମଦେଲେ। ଏହାପରେ ସେ ବହୁତ ଦୁର୍ବଳ ହୋଇଗଲେ। ତାଙ୍କର ଲେବର ପେନ୍ ବନ୍ଦ ହୋଇଗଲା। ଗର୍ଭରେ ଥିବା ଅନ୍ୟ ସନ୍ତାନର ଯେପରି କିଛି ଅସୁବିଧା ନ ହୁଏ ସେଥିପାଇଁ ଡାକ୍ତର ତାଙ୍କୁ ବେଡ୍ ରେଷ୍ଟ କରିବାକୁ କହିଲେ। ଜୋନ୍ନିଙ୍କର ୨ ଦିନ ପର୍ଯ୍ୟନ୍ତ ପେନ୍ ନ ହେବାରୁ ଡାକ୍ତର ଅସ୍ତ୍ରୋପଚାର କରାଇ ଅନ୍ୟ ଶିଶୁକୁ ବାହାର କରିଥିଲେ। ଦ୍ୱିତୀୟ ଶିଶୁଟି ପୂର୍ବ ଶିଶୁ ଅପେକ୍ଷା ସ୍ବାସ୍ଥ୍ୟକର ଥିଲା। ପ୍ରଥମ ଶିଶୁର ନାମ ଡାୟଲର ଏବଂ ହ୍ବିତୀୟ ଶିଶୁର ନାମ ହେଉଛି ଅକ୍ସର।ଏହି ଘଟଣା ଘଟିବାର ପ୍ରାୟ ଦେଢ଼ ବର୍ଷ ପରେ ଜୋନ୍ନି ନିଜର କାହାଣୀ ଲୋକଙ୍କ ସହ ଶେୟାର କରିଛନ୍ତି।