Categories: ଜାତୀୟ

ଭାରତ ବନ୍ଦରେ ପ୍ରଦର୍ଶନକାରୀଙ୍କୁ ରୋକିବାକୁ ଯାଇ ଏସଡିଏମଙ୍କ ଉପରେ ଲାଠିମାଡ କଲେ ଯବାନ, ଆଉ ତା’ପରେ…

ପାଟନା,୨୧।୮: ବିହାରର ପାଟନାରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଏହି ସମୟରେ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବାକୁ ପହଞ୍ଚିଥିବା ପାଟନା ଏସଡିଏମଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି। ଯେଉଁ କାରଣରୁ କିଛି ସମୟ ପାଇଁ ପୋଲିସ ଓ ପ୍ରଶାସନ ମଧ୍ୟରେ ଅସହଜ ସ୍ଥିତି ସୃଷ୍ଟି ହୋଇଥିଲା। ଏସଡିଏମଙ୍କୁ ଜଣେ ଯବାନ ଲାଠିମାଡ କରୁଥିବାର ଦେଖି ଜଣେ ସିନିୟର ଅଫିସର ତାଙ୍କୁ ରୋକିଥିଲେ। ତେବେ ଲାଠିମାଡ ଖାଇ ଏସଡିଏମ ଅଫିସର ଜଣକ ମଧ୍ୟ ରାଗି ଯାଇଥିଲେ। ଯାହାପରେ ଯବାନଜଣକ ଏସଡିଏମଙ୍କୁ କ୍ଷମା ମାଗିଥିଲେ। ତେବେ ଏହି ଘଟଣାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ବନ୍ଦ କାରଣରୁ ଉପଦ୍ରବ କରୁଥିବା ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ କଠୋର ହେବାକୁ ପଡିଥିଲା। ଏହି କାରଣରୁ ବଜାର ବନ୍ଦ କରିବାକୁ ଯାଉଥିବା ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ଯବାନମାନେ ଲାଠିଚାର୍ଜ କରିଥିଲେ।

Share