ଗାଡ଼ି ଧକ୍କାରେ ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କ ଜୀବନ ଯାଉଥିବା ଆମେ ଦେଖିଛୁ। ତେବେ ଏହି କରୋନା ସମୟରେ ଏମିତି ଏକ ଭିଡିଓ ସମ୍ମୁଖକୁ ଆସିଛି ଯାହାକୁ ଦେଖିଲେ ଖୁସି ଲାଗିବ। ଜଣେ ଟ୍ରାଫିକ ପୋଲିସ ଗୋଟିଏ କୁକୁରକୁ ରାସ୍ତା ପାର କରାଇବା ପାଇଁ ପୁରା ଟ୍ରାଫିକ୍କୁ ଅଟକାଇ ଦେଉଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଲା, ସେତେବେଳ ପର୍ଯ୍ୟନ୍ତ କୁକୁରଟି ଟ୍ରାଫିକ୍ ପୋଲିସ ନିକଟରେ ଛିଡାହୋଇ ରହିଥିଲା। ଟ୍ରାଫିକ ଅଟକିବା ପରେ କୁକୁରଟି ରାସ୍ତା ପାର ହେଉଛି। ତା’ପରେ ଟ୍ରାଫିକ୍ ପୋଲିସ ସମସ୍ତ ଗାଡିଗୁଡିକୁ ଯିବାକୁ ଅନୁମତି ଦେଉଛନ୍ତି। ତେବେ ଏହି ଭିଡିଓଟି କେଉଁସ୍ଥାନର ଏବଂ କେବେ ଶୁଟ୍ ହୋଇଛି ତାହା ଜଣାପଡ଼ି ନାହିଁ। ଏହି ଭିଡିଓକୁ ଦେଖିବା ପରେ ଲୋକେ ବିଭିନ୍ନ କମେଣ୍ଟ କରୁଛନ୍ତି। ଜଣେ ଲେଖିଛନ୍ତି, କୁକୁର ନିୟମ ପାଳନ କରୁଛି, ହେଲେ ଲୋକମାନେ ତାହା କେବେ ଶିଖିବେ।
— Ashish Tiwari,SSP Ayodhya (@IpsAshish) July 20, 2020