ସକାଳୁ ସକାଳୁ ଭୁବନେଶ୍ୱରକୁ ଘେରିଗଲେ ପୋଲିସ, ରାଜଧାନୀରେ ଟ୍ରାଫିକ୍‌ ଜାମ୍‌

ଭୁବନେଶ୍ୱର,୨୭।୩: ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ଘଟଣାକୁ ଗାଁ ଗଣ୍ଡାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ଆଉ ଗୁରୁବାର ରାଜ୍ୟ କଂଗ୍ରେସ ବିଧାନସଭାର ଚତୁଃପାର୍ଶ୍ୱକୁ ଘେରିବାପାଇଁ ପ୍ରସ୍ତୁତ ହେଉଛି। କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ରାଜ୍ୟବାସୀ ସମର୍ଥନ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।

Image

ଆଜି ବିଧାନସଭା ଘେରିବ କଂଗ୍ରେସ। ଆଜି କଂଗ୍ରେସର ବଡ଼ ଆନ୍ଦୋଳନ । ବିଧାନସଭା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ଲଗାତର ଦୁଇ ଦିନ ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ପରେ ଆଜି କଂଗ୍ରେସର ଆନ୍ଦୋଳନ । ଷ୍ଟ୍ରାଇକରେ ସାମିଲ ହେବେ ଦଳର ସବୁ ତୁଙ୍ଗ ନେତା । ଆନ୍ଦୋଳନ ଯୋଗୁଁ ରାଜଧାନୀରେ ଟ୍ରାଫିକ ସମସ୍ୟା ବିଗିଡିପାରେ। ଟ୍ରାଫିକ ଜାମ ହେବାରୁ ଲୋକେ ହନ୍ତସନ୍ତ ହେବେ । କଂଗ୍ରେସର ଆନ୍ଦୋଳନକୁ ଦେଖି ସତର୍କ ରହିଛି କମିଶନରେଟ ପୋଲିସ । ରାଜଧାନୀରେ ବିଭିନ୍ନ ଫୋର୍ସ ମୁତୟନ କରାଯାଇଛି। ସକାଳ ୯ରୁ ଅପରାହ୍ଣ ୩ଟା ଯାଏ ରୁପାଲି ଛକରୁ ରାଜମହଲ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି।

 Congress Protest: ଟ୍ରାଫିକ ସୂଚନା ବାବଦରେ ଅବଗତ ହୋଇ ପୋଲିସକୁ ସହଯୋଗ କରନ୍ତୁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ କମିଶନରେଟ ପୋଲିସ ଉକ୍ତ ରାସ୍ତାରେ ନ ଯିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏନେଇ କମିଶନରେଟ ପୋଲିସ ବିଜ୍ଞପ୍ତି ମଧ୍ୟ ଜାରି କରିଛି । ଟ୍ରାଫିକ ସୂଚନା ବାବଦରେ ଅବଗତ ହୋଇ ପୋଲିସକୁ ସହଯୋଗ କରନ୍ତୁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । କଂଗ୍ରେସର ବିଶାଳ ବିକ୍ଷୋଭକୁ ନେଇ ସଜାଗ କମିଶନରେଟ ପୋଲିସ ରାଜଧାନୀରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ମୁତୟନ ହୋଇଛନ୍ତି । ୧୦ ପ୍ଲାଟୁନ ମହିଳା ପୋଲିସ ଗୁରୁତ୍ବପୂର୍ଣ୍ଣ ଛକ ଓ ମୁଖ୍ୟ ରାସ୍ତାରେ ପୋଲିସ ମୁତୟନ ହୋଇଛିନ୍ତି ।

 Congress Protest:କଂଗ୍ରେସର ବିଶାଳ ବିକ୍ଷୋଭକୁ ନେଇ ସଜାଗ କମିଶନରେଟ ପୋଲିସ ରାଜଧାନୀରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ମୁତୟନ ହୋଇଛନ୍ତି । ୧୦ ପ୍ଲାଟୁନ ମହିଳା ପୋଲିସ ଗୁରୁତ୍ବପୂର୍ଣ୍ଣ ଛକ ଓ ମୁଖ୍ୟ ରାସ୍ତାରେ ପୋଲିସ ମୁତୟନ ହୋଇଛିନ୍ତି ।

ରାଜଧାନୀରେ ପୋଲିସର ଟ୍ରାଫିକ କଟକଣା ରୁପାଲି ଛକରୁ ରାଜମହଲ ଯାଏ ଯାତାୟତ ଉପରେ କଟକଣା ସକାଳ ୯ଟାରୁ ଅପରାହ୍ଣ ୩ଟା ଯାଏ କଟକଣା ଜାରି କରାଯାଇଛି । କଂଗ୍ରେସର ବିକ୍ଷୋଭ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଛି । ହଜାର ହଜାର ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ହେବେ ସାମିଲ । ରାଜଧାନୀରେ କଂଗ୍ରେସର ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିବେ । ସରକାରଙ୍କ ବିରୋଧରେ ଗର୍ଜିବ କଂଗ୍ରେସ ।

 

କଂଗ୍ରେସ ଭବନଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭକ୍ତ କହିଛନ୍ତି, ମହିଳାଙ୍କୁ ସୁରକ୍ଷା ଦେବ କହି କ୍ଷମତାସୀନ ହେବା ପରେ ଭାଜପା ତା’ର ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଛି। କଂଗ୍ରେସ ସବୁବେଳେ ଲୋକଙ୍କ ପାଇଁ ସ୍ବର ଉଠାଇ ଆସିଛି। ହେଲେ ଏବେ ମହିଳାଙ୍କ ପ୍ରସଙ୍ଗରେ ସ୍ବର ଉଠାଇବାରୁ ସରକାର ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି। ଅଗଣତାନ୍ତ୍ରିକ ଉପାୟରେ ବିରୋଧୀଙ୍କ ସ୍ବରକୁ ଚାପିବା ପାଇଁ ଉଦ୍ୟମ କରୁଛନ୍ତି। ସରକାର ଯେଉଁ ଗୁଣ୍ଡାରାଜ୍‌ ଚଳାଇଛନ୍ତି ତା’ର ଦୃଢ଼ ଜବାବ ଦିଆଯିବ ବୋଲି ଭକ୍ତ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ମଙ୍ଗଳବାର ସଦସ୍ୟଙ୍କୁ ନିଲମ୍ବନ ପରେ ଆମେ ୫ଜଣ ପୂର୍ବତନ ସଦସ୍ୟ ଆଇନ ଅନୁସାରେ ବିଧାନସଭା ଭିତରକୁ ଯିବାକୁ ଉଦ୍ୟମ କରିଥିଲୁ। କିନ୍ତ ସେଠାରେ ଏକପ୍ରକାର ଆଶ୍ଚର୍ଯ୍ୟକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଯେଉଁମାନେ ବିଧାନସଭା ଭିତରକୁ ଯିବାକୁ ଯୋଗ୍ୟ ସେମାନଙ୍କୁ ଫାଟକ ବାହାରେ ଅଟକ ରଖାଗଲା, ହେଲେ ଯେଉଁ ପୋଲିସ ଫାଟକ ବାହାରେ ରହିବା କଥା ସେମାନେ ଭିତରେ ପତିଆରା ଦେଖାଇଥିଲେ। ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ। ସେହିପରି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ନାରୀ ନିର୍ଯାତନା ପ୍ରସଙ୍ଗରେ ବିବୃତି ଦେଲେନାହିଁ। ନଭେମ୍ବର ଠାରୁ ରାଜ୍ୟରେ ମହିଳା କମିଶନ ଗଠନ ହୋଇନାହିଁ। ଆମର ୧୪ଜଣ ବିଧାୟକଙ୍କୁ ନିଲମ୍ବନ କରାଗଲା। ପୂର୍ବତନ ବରିଷ୍ଠ ବିଧାୟକଙ୍କୁ ବିଧାନସଭା ଭିତରକୁ ଯିବା ଲାଗି ଅନୁମତି ଦିଆଗଲାନାହଁ। ସରକାରଙ୍କ ଏହି ଅଗଣତାନ୍ତ୍ରିକ ଶାସନକୁ ନିନ୍ଦା କରୁଛି ବୋଲି ଶ୍ରୀକାନ୍ତ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠନେତା ଶରତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ଭିଡିଓ ବାର୍ତ୍ତା ଜାରିକରି କହିଛନ୍ତି, ଗୁରୁବାର ଆମେ ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବୁ। ହେଲେ ଝାରସୁଗୁଡ଼ା ଥାନାରେ ଯୁବ କଂଗ୍ରେସ ସଭାପତିଙ୍କୁ ଅଟକାଯାଇଥିବା ନେଇ ଖବର ମିଳୁଛି। ପ୍ରଶାସନ ଓ ପୋଲିସ ସେ ଭୁଲ୍‌ କରନ୍ତୁନାହିଁ। ଆପଣ ଶୃଙ୍ଖଳା ରକ୍ଷାକରନ୍ତୁ। ଆମକୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଦିଅନ୍ତୁ। ଯଦି ପୋଲିସ ଏଭଳି ବାତାବରଣ ସୃଷ୍ଟିକରେ ତେବେ ବିଭିନ୍ନ ସ୍ଥାନରେ ବିଦ୍ରୋହ ଦେଖାଦେଇପାରେ। ଯେଉଁଠାରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଉଛି କିମ୍ବା ହଇରାଣ ହରକତ କରୁଛି ସେଠାରେ କର୍ମୀମାନେ ହିଂସାର ପଥ ନ ଆପଣାଇ ସବୁ ଝଡ଼ଝଞ୍ଜା ସହି ତୁରନ୍ତ ସୂଚନା ଆମପାଖକୁ ପଠାନ୍ତୁ। ଆପଣମାନେ ସଂଘବଦ୍ଧ ଭାବେ ଏହି ଅନ୍ୟାୟର ମୁକାବିଲା କରିବେ। ଆଗକୁ ଅନେକ ପଥ ଯିବାର ରହିଛି, ଇଏତ ନାମକୁମାତ୍ର ବୋଲି ଭକ୍ତ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରି କହିଛନ୍ତି।

ଦୀର୍ଘଦିନ ପରେ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ତା’ର ଦମ୍‌ ଦେଖାଇଛି। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କଠାରେ ଗୃହ କମିଟି ଗଠନ ଦାବି କରିଛି। ଏହାକୁ ସରକାର ନ ଶୁଣି ମଙ୍ଗଳବାର ୧୨ ସଦସ୍ୟଙ୍କୁ ନିଲମ୍ବନ କରିବାକୁ ନେଇ କଂଗ୍ରେସ ଫ୍ରଣ୍ଟଫୁଟ୍‌କୁ ଆସି ତା’ର ଦମ୍‌ ଦେଖାଇଛି। ମଙ୍ଗଳବାର ରାତିରେ ନିଲମ୍ବିତ ୧୨ କଂଗ୍ରେସ ସଦସ୍ୟ ବିଧାନସଭା ଭିତରେ ରହିବାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ମାର୍ଶାଲ ଲଗାଇ କଂଗ୍ରେସ ସଦସ୍ୟଙ୍କୁ ଗୃହ ବାହାରକୁ କାଢ଼ିବା ପାଇଁ ଉଦ୍ୟମ କରାଯାଇଥିଲା। ଏହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଆହତ ହେବାସହ ତାରାପ୍ରସାଦ ବାହିନୀପତିଙ୍କ ସୁନା ଚେନ୍‌ ଚୋରି ହୋଇଯାଇଥିଲା। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହ ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ବିଧାନସଭା ଫାଟକ ସମ୍ମୁଖରୁ ଉଠାଇନେଇ ପରେ ଛାଡ଼ିଦେଇଥିଲା। ପିସିସି ସଭାପତି ଭକ୍ତ କହିଛନ୍ତି, ସରକାର ପୋଲିସକୁ ଅସ୍ତ୍ର କରିଛନ୍ତି। ସେ ଯେଉଁ ଶକ୍ତି ବିରୋଧୀଙ୍କ ସ୍ବର ଦମନ ପାଇଁ ଖଟାଉଛନ୍ତି, ତାହାକୁ ଯଦି ମହିଳାଙ୍କ ସୁରକ୍ଷାରେ ଲଗାନ୍ତେ, ତେବେ ଏଭଳି ସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା। ଭାଜପା ନାରୀ ସୁରକ୍ଷାର କଥା କହୁଛି, ହେଲେ ଗୃହ ଭିତରେ ମହିଳା ବାଚସ୍ପତିଙ୍କ ସମ୍ମୁଖରେ ନାରୀ ଜାତି ଉପରେ ଯେଭଳି ଅଶ୍ଳୀଳ ଇଙ୍ଗିତ କରାଯାଇଛି ତାହାକୁ ରାଜ୍ୟବାସୀ କେବେ କ୍ଷମା ଦେବେନାହିଁ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଯେଉଁ ଅଶ୍ଳୀଳ ଭାଷାରେ ଗାଳି କରିଛନ୍ତି, ସେହି ନିଆଁକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ ବୋଲି ଭକ୍ତ କହିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଖୁବ୍‌ଶୀଘ୍ର ଥାନାରେ ଏତଲା ଦେବି। କାରଣ ଗାଈଗୋରୁଙ୍କୁ ମାରିଲାଭଳି ମୋତେ ମାର୍ଶାଲ ଧକ୍କା ମାରିଛନ୍ତି। ମୋ ସୁନାଚେନ୍‌ ସୁରକ୍ଷାକର୍ମୀ ନେଇଯାଇଛନ୍ତି। ମଙ୍ଗଳବାର ରାତିରେ ପୋଲିସ ଫୋର୍ସ ପଠାଇ ଆମକୁ ଟେକିନେଇ ମାଡ଼ ମରାଇଛନ୍ତି। ଦେହରେ କ୍ଷତଚିହ୍ନ ଅଛି। ଆମେ କେବଳ ମହିଳାଙ୍କ ସୁରକ୍ଷା ନେଇ ଦାବି କରିଥିଲୁ। ଆମେ ପ୍ରତିବାଦ କଲୁ କି ଆମକୁ ନ୍ୟାୟ ଦିଅ, ଗୃହ କମିଟି ଗଠନ କର। ଆମକୁ କହିବାର ସୁଯୋଗ ବାଚସ୍ପତି ଦେଲେନାହିଁ, କିନ୍ତୁ ସିଧା ନିଲମ୍ବନ କରିଦେଲେ। ଯେପର୍ଯ୍ୟନ୍ତ ଆମ ଦାବି ପୂରଣ ହୋଇନାହିଁ ସେପର୍ଯ୍ୟନ୍ତ ଲଢ଼େଇ ଜାରିରହିବ ବୋଲି ବାହିନୀପତି କହିଛନ୍ତି।

ଗତ ଏକ ସପ୍ତାହ ଧରି ବିଧାନସଭାରେ ଶାସକ-ବିରୋଧୀଙ୍କ ମଧ୍ୟରେ କଥା କଟାକଟିରୁ ଧସ୍ତାଧସ୍ତି ମଧ୍ୟରେ ସୀମିତ ରହିଥିବାବେଳେ ଏବେ ତାହା ବିସ୍ଫୋରକ ସ୍ଥିତିରେ ପହଞ୍ଚତ୍ଛି। ମଙ୍ଗଳବାର କଂଗ୍ରେସର ୧୨ଜଣ ସଦସ୍ୟଙ୍କୁ ନିଲମ୍ବନ କରାଯିବାକୁ ନେଇ ଗୃହ ଭିତରେ ଓ ବାହାରେ ଖଣ୍ଡଯୁଦ୍ଧ ଲାଗିରହିଛି। ମଙ୍ଗଳବାର ରାତିତମାମ ପୋଲିସ ଓ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ଲାଗିରହିଥିଲା। ବୁଧବାର ସକାଳୁ ମଧ୍ୟ ବିଧାନସଭା ଓ ଗାନ୍ଧୀମାର୍ଗରେ କଂଗ୍ରେସ ପକ୍ଷରୁ ହାଇଡ୍ରାମା ଦେଖିବାକୁ ମିଳିଛି। ସରକାରଙ୍କ ବିରୋଧରେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ଏହାକୁ ନେଇ ପୋଲିସ ଓ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବିଧାନସଭାର ଚତୁଃପାର୍ଶ୍ୱରେ ଅଧିକ ସୁରକ୍ଷାବଳ ମୁତୟନ କରାଯିବା ସହିତ ପୂର୍ବାହ୍ନରେ କାହାରିକୁ ବିଧାନସଭା ଭିତରକୁ ଦୀର୍ଘସମୟ ପର୍ଯ୍ୟନ୍ତ ଛଡ଼ାଯାଇ ନ ଥିବା ପରିଲକ୍ଷିତ ହୋଇଛି। ଏପରିକି କଂଗ୍ରେସ ଓ ବିଜେଡିର କେତେଜଣ ବିଧାୟକ ଫାଟକ ବାହାରେ ଅପେକ୍ଷାରତ ଥିବା ଦେଖିବାକୁ ମିଳିଥିଲା।
ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ବୁଧବାର ପୁଣି ଗୃହ ଭିତରେ ଘଣ୍ଟମାଡ଼ କରିବା ଯୋଗୁ ବରିଷ୍ଠ ସଦସ୍ୟ ତାରାପ୍ରସାଦ ବାହିନୀପତି ଓ ସଦସ୍ୟ ରମେଶ ଜେନାଙ୍କୁ ବାଚସ୍ପତି ସୁରମା ପାଢ଼ୀ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି। ଏହାକୁ ନେଇ ସରକାରଙ୍କୁ ବିରୋଧୀ ବିଜେଡି ଓ କଂଗ୍ରେସ ଶଣ୍ଢୁଆସି ଆକ୍ରମଣ କରିଛନ୍ତି। ଯେପର୍ଯ୍ୟନ୍ତ ବାଚସ୍ପତି କେଉଁ କାରଣରୁ ଗୃହର ସଦସ୍ୟଙ୍କୁ ପୋଲିସ ମାଡ଼ ମାରିଲା ତା’ର ଜବାବ ଦେଇନାହାନ୍ତି ସେପର୍ଯ୍ୟନ୍ତ ଗୃହକାର୍ଯ୍ୟରେ ସହଯୋଗ କରିବୁ ନାହିଁ ବୋଲି ବିରୋଧୀ କହିଛନ୍ତି। ଅନ୍ୟପକ୍ଷରେ ଶାସକ ଦଳ ପକ୍ଷରୁ ବାଚସ୍ପତିଙ୍କ ପଦକ୍ଷେପକୁ ସ୍ବାଗତ କରାଯିବା ସହ ବିଜେଡି କଂଗ୍ରେସକୁ ଆଗକୁ ଠେଲି ପଛରୁ ନିଆଁ ଲଗାଉଛି ବୋଲି କହିଛି।
ବୁଧବାର ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ଜୋର୍‌ଦାର ପ୍ରତିବାଦ କରିବା ସହ ଏସ୍‌ସି,ଏସ୍‌ଟି ଓ ପଛୁଆବର୍ଗଙ୍କ ଲାଗି ଶିକ୍ଷା ଏବଂ ନିଯୁକ୍ତିରେ ଆସନ ସଂରକ୍ଷଣ ପ୍ରସଙ୍ଗ ଉଠାଇବା ସହିତ ବାଚସ୍ପତିଙ୍କ ବିବୃତି ଦାବି କରିଥିଲେ। ମାତ୍ର ବାଚସ୍ପତି କୌଣସି ବିବୃତି ଦେଇ ନ ଥିବାରୁ ବିଜେଡି ନାରାବାଜି କରି କକ୍ଷତ୍ୟାଗ କରିଥିଲା। ଏହି ସମୟରେ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଓ ରମେଶଚନ୍ଦ୍ର ଜେନା ଘଣ୍ଟମାଡ଼ କରିବାରୁ ତାଙ୍କୁ ନିଲମ୍ବନ କରିବା ଲାଗି ଶାସକ ଦଳ ପକ୍ଷରୁ ସରକାରଙ୍କ ମୁଖ୍ୟ ସଚେତକ ସରୋଜ ପ୍ରଧାନ ମୋଶନ ଆଗତ କରିଥିଲେ। ପରେ ବାଚସ୍ପତି ଉଭୟ ସଦସ୍ୟଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଥିଲେ।
ଶୂନ୍ୟକାଳରେ ବିଜେଡି ପଛୁଆବର୍ଗଙ୍କ ଆସନ ସଂରକ୍ଷଣ ଦାବି ଉଠାଇବା ସହିତ ଗୃହ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତିଙ୍କୁ ନିବେଦନ କରିଥିଲା। ବିରୋଧୀଙ୍କୁ ପୋଲିସ କାହିଁକି ମାଡ଼ ମାରିଲା ସେନେଇ ବାଚସ୍ପତି ବିବୃତ୍ତି ଦେବାକୁ ଦଳ ଦାବି କରିଥିଲା। କଂଗ୍ରେସ ବିଧାୟକଙ୍କ ଉପରେ ମଙ୍ଗଳବାର ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେଡି ସଦସ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମଙ୍ଗଳବାର ଗୃହରେ ଯାହା ଘଟିଗଲା, ତାହା ଅଭୂତପୂର୍ବ ଘଟଣା। ଏଭଳି ଘଟଣା କେବେବି ଓଡ଼ିଶାରେ ଘଟି ନ ଥିଲା। ବିଧାନସଭାରେ ପ୍ରତିବାଦ କରିବା, ମତ ରଖିବାର ଅଧିକାର ବିରୋଧୀଙ୍କ ରହିଛି। ଗୃହ କିଭଳି ଚାଲିବ ତାହା ସରକାରଙ୍କ ଦାୟିତ୍ୱ। ସରକାର ଯଦି ବିରୋଧୀ ଦଳଙ୍କ ପ୍ରତିବାଦରେ ଏତେ ପ୍ରତିକ୍ରିୟାଶୀଳ ହେବେ ତେବେ ଗୃହ ଚାଲିପାରିବ ନାହିଁ। ପରିଲକ୍ଷିତ ହେଉଛି ଯେ, ବିରୋଧୀ କିଛି କହିବାବେଳେ ସରକାରୀ ଦଳ ଅଧିକ ପ୍ରତିକ୍ରିୟାଶୀଳ ହେଉଛନ୍ତି ବୋଲି ଆଚାର୍ଯ୍ୟ କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ମଙ୍ଗଳବାର କଂଗ୍ରେସ ବିଧାୟକଙ୍କୁ ଗୃହରୁ ମାଡ଼ମାରି ବାହାର କରାଗଲା। ସେମାନେ ଏଥିରେ ଆହତ ବୋଲି ଆମେ ଗଣମାଧ୍ୟମରୁ ଖବର ପାଇଲୁ। ଆପଣ ଏନେଇ କୌଣସି ବିବୃତି ରଖିନାହାନ୍ତି। ବିଜେଡି ସଦସ୍ୟମାନେ
ଏସ୍‌ସି,ଏସ୍‌ଟି ଏବଂ ଓବିସିମାନଙ୍କ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବିକରି ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତି ପାଖକୁ ଯାଉଥିଲେ। ହେଲେ ପୋଲିସ ବିଜେଡି ବିଧାୟକଙ୍କ ବାଟ ଓଗାଳିବା ସହ ଧସ୍ତାଧସ୍ତି କଲା। ଆପଣ କ’ଣ ବିଧାୟକଙ୍କ ଉପରେ ପୋଲିସକୁ ଅତ୍ୟାଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ପ୍ରମିଳା ବାଚସ୍ପତିଙ୍କୁ ପ୍ରଶ୍ନ କରିଛନ୍ତି। ବିଜେଡି ସଦସ୍ୟ ଅରୁଣ ସାହୁ କହିଛନ୍ତି, କଂଗ୍ରେସ ନାରୀ ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛି। କଂଗ୍ରେସର ଦାବି ସରକାର ମାନିଲେ ନାହିଁ। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦେଇଥିଲେ ବେଦ ଅଶୁଦ୍ଧ ହୋଇଯାଇ ନ ଥାନ୍ତା। ପରେ ଗୃହ କମିଟି ଦାବିକଲେ। ଏ କଥା ସତ ଯେ, ବାଚସ୍ପତି ୩ରୁ ୪ଥର ସର୍ବଦଳୀୟ ବୈଠକ ଡାକିଛନ୍ତି। କଂଗ୍ରେସ ଜିଦ୍‌ ଧରିଲା, ସରକାର ସହମତି ହେଲେ ନାହିଁ। ସରକାରୀ ଦଳର ସଦସ୍ୟମାନେ ଟିଭିରେ କହୁଛନ୍ତି, ସରକାର ଆଲୋଚନା ପାଇଁ ପ୍ରସ୍ତୁତ। ହେଲେ ଗୃହରେ ଆଲୋଚନା ଲାଗି ପରିବେଶ ସୃଷ୍ଟି କରୁନାହାନ୍ତି। ବଡ଼ ହୃଦୟ ଦେଖାଇ ବାଚସ୍ପତି କଂଗ୍ରେସ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରନ୍ତୁ। ନଚେତ୍‌ ଅସ୍ମିତା ଧ୍ୱଂସ ହୋଇଯିବ ବୋଲି ସାହୁ କହିଛନ୍ତି। ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ବାଚସ୍ପତି ଏକପାଖିଆ ନିଷ୍ପତ୍ତି ନେଇଛନ୍ତି। ୪୦ ବର୍ଷର ବିଧାନସଭା ଇତିହାସରେ ଆମେ ଏଭଳି ଦୃଶ୍ୟ ଦେଖି ନ ଥିଲୁ। ଓଡ଼ିଶା ବିଧାନସଭା ଆମର। ଆପଣ ଏଠାକୁ କିଭଳି ପୋଲିସ ଭର୍ତ୍ତି କରିଲେ। ବିନା ବିରୋଧୀ ଦଳରେ ଗୃହ ଚଳାଇବାକୁ ଚାହୁଁଥିଲେ, ଆମେ ଏଭଳି କରିବାକୁ ଦେବୁ ନାହୁଁ।
ଭାଜପା ବିଧାୟକ ସନାତନ ବିଜୁଳି କହିଛନ୍ତି, ଗୃହକୁ ଶାନ୍ତିଶୃଙ୍ଖଳାରେ ଚଳାଇବାକୁ ସରକାରୀ ଦଳ ପ୍ରସ୍ତୁତ। ମାତ୍ର ଲଗାତର ଭାବେ କଂଗ୍ରେସ ବିଧାୟକ ଗୃହରେ ଘଣ୍ଟା, ତୂରୀ ଓ ହୁଇସିଲ୍‌ ମାରିଲେ। ୭ ଥର ବାଚସ୍ପତି ସର୍ବଦଳୀୟ ଡକାଇ ବୁଝାଇଲେ। ହେଲେ କଂଗ୍ରେସ ବିଧାୟକଙ୍କ ଉତ୍ସୃଙ୍ଖଳ ପ୍ରଦର୍ଶନ ଜାରି ରହିଲା। ଆମେ ବାଚସ୍ପତିଙ୍କ ପଦକ୍ଷେପକୁ ସ୍ବାଗତ କରୁଛୁ। ଭାଜପା ସଦସ୍ୟ ଓମ୍‌ପ୍ରକାଶ ମିଶ୍ର କହିଛନ୍ତି, ୭ ଦିନ ପୂର୍ବରୁ ଗୃହକୁ ଚଳାଇ ନ ଦେବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ଗୃହ ବାହାରେ ଏନେଇ ସେମାନେ ଆଲୋଚନା କରିଛନ୍ତି। ବାଚସ୍ପତି ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଏକାଧିକଥର ଡାକିଥିଲେ ମଧ୍ୟ କଂଗ୍ରେସ ତା’ ଏଜେଣ୍ଡାରୁ ହଟିଲାନାହିଁ। ତେଣୁ ଆମେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମର୍ଥନ କଲୁୁ ବୋଲି ଓମ୍‌ପ୍ରକାଶ କହିଛନ୍ତି। କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶରେ କ’ଣ ଗୃହ ଚାଲିବ ବୋଲି ଭାଜପା ସଦସ୍ୟ ବାବୁ ସିଂ ପ୍ରଶ୍ନ କରିଛନ୍ତି। ବିଧାନସଭା ଚାଲିଥିବା ବେଳେ କଂଗ୍ରେସ ବିଧାୟକମାନେ ଯେଉଁଭଳି ବିଶୃଙ୍ଖଳା ସୃଷ୍ଟି କଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ନିର୍ଦ୍ଦିଷ୍ଟ ବ୍ୟକ୍ତି ଯଦି ଚାହୁଁଥିବେ ତାଙ୍କ ଏଜେଣ୍ଡା ମାଧ୍ୟମରେ ବିଧାନସଭା ନ ଚାଲୁ, ତେବେ ତାହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଭାଜପା ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି, ବିଜେଡି ସରକାର ସମୟରେ ଏତେ ଲମ୍ବା ସମୟ ଧରି ବିଧାନସଭା କେବେ ଚଳାଇନାହାନ୍ତି। ବାଚସ୍ପତିଙ୍କୁ ଧନ୍ୟବାଦ ଦେବାକଥା ଗୃହର ପରିଚାଳନା ପାଇଁ। ବିରୋଧୀଙ୍କ ଏଭଳି ଆଚରଣ କେବେ ଆଗରୁ ଦେଖି ନ ଥିଲି। ବାଚସ୍ପତି ସମସ୍ତଙ୍କୁ ଡାକି ଆଲୋଚନା କରନ୍ତୁ ଓ ସ୍ଥାୟୀ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହଛନ୍ତି। ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣାକରି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ମଧ୍ୟରେ ୪ଥର ଗୃହର ମୁଲତବୀ ଅବଧି ବଢ଼ିବା ପରେ କୌଣସି ନିଷ୍କର୍ଷ ନ ବାହାରିବାରୁ ଉପବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କଇଁଛଙ୍କ ସର୍ବକାଳୀନ ରେକର୍ଡ: ସଂଖ୍ୟା ଟପିଲା ୧୫.୧୧ଲକ୍ଷ

ଭୁବନେଶ୍ୱର,୩୦।୩: ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିିରେ ରଖି ଓଡ଼ିଶାରେ କଇଁଛଙ୍କ ଆଗମନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ୨୦୨୩-୨୪ବର୍ଷ ତୁଳନାରେ ଚଳିତବର୍ଷ ୫ଗୁଣ ଅଧିକ ଆସିଛନ୍ତି। ଏହାକୁ...

୪୦ ଟପିଲା ୮ ସହର ତାପମାତ୍ରା, ୪୧.୮ ରେ ଜଳିଲା ବୌଦ୍ଧ

ଭୁବନେଶ୍ୱର,୩୦।୩: ରବିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଠଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି।...

ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୨ ଅଭିଯୁକ୍ତଙ୍କୁ ଛଡ଼ାଇନେଲେ

କୋରେଇ,୩୦।୩(ଚନ୍ଦ୍ରକାନ୍ତ ପତି): ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ଯାଜପୁର ଜିଲା କୋରେଇ ଥାନା ପୋଲିସ ଟିମ୍‌କୁ ପୂର୍ବକୋଟ ତେଲେଙ୍ଗା ବସ୍ତିର ଲୋକମାନେ ଆକ୍ରମଣ କରିବା...

୪ବର୍ଷ ତଳେ କରିଥିଲେ ବିବାହ: ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ

ମୁରିବାହାଲ,୩୦ା୩(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁଡିଘାଟ ଗ୍ରାମରେ ରବିବାର ଏକ ଦମ୍ପତିଙ୍କ ମୃତଦେହ ବନ୍ଦ କୋଠରିରୁ ଜବତ କରାଯାଇଛି। ସେମାନେ ହେଲେ...

ହାତୀଙ୍କୁ ଠେଙ୍ଗାରେ ମାଡ଼ ଘଟଣା: ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀପଲକୁ ଠେଙ୍ଗାରେ ମାଡ଼ ଘଟଣାରେ ବନ ବିଭାଗ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଭିଡିଓ ଭାଇରାଲ ପରେ ଧରିତ୍ରୀରେ ଖବର...

ଘରୁ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ପୁଅ ଘରୁ ଲୁଟ୍‌ କରି ବନ୍ଧକ ରଖିଥିଲେ ଅଳଙ୍କାର

ଆନନ୍ଦପୁର,୩୦ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ଅଞ୍ଚଳର ପ୍ରଫୁଲ୍ଲ ନାଥଙ୍କ ଘରୁ ବନ୍ଧୁକ ଦେଖାଇ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି।...

ମହା ଆଡ଼ମ୍ବରରେ ପାଳନ ହେବ ଓଡ଼ିଆ ନବବର୍ଷ, ୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୦।୩: ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ...

ରେଳ ଦୁର୍ଘଟଣାର ତଦନ୍ତ କରିବେ ସିଆରଏସ୍: ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର,୩୦।୩: ରବିବାର ପୂର୍ବାହ୍ନରେ ନିରଗୁଣ୍ଡି ଷ୍ଟେସନ ନିକଟରେ ଘଟିଥିବା ୧୨୫୫୧ ବାଙ୍ଗାଲୋର-କାମାଖ୍ୟା ଏସି ଏସ୍ଏଫ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ଘଟଣାର ବିସ୍ତୃତ ତଦନ୍ତ କମିଶନର ଅଫ୍...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image