୩୨ ଏକରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ବାଲିଗୁଡ଼ା,୧୮ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଶନିବାର ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଥାନାର ବାରଖମା ନିକଟସ୍ଥ ରେବିଙ୍ଗିଆ, ଦୁଲୁକିଆ, ଓ ବଡି଼ଗାଁ ଭଳି ବିଭିନ୍ନ ଜଙ୍ଗଲ ଜମିରେ ବାଲିଗୁଡା ଥାନାଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ସଦଳବଳ ଚଢ଼ାଉ କରି ପ୍ରାୟ ୩୨ ଏକର ଜମିରେ ଚାଷ ହୋଇଥିବା ଲକ୍ଷାଧିକ ଟଙ୍କାର ବେଆଇନ ଗଞ୍ଜେଇ ଗଛ ସବୁ କାଟି ପୋଡ଼ି ନଷ୍ଟ କରି ଦିଆଯାଇଛି। ଏ ସକ୍ରାନ୍ତରେ ବାଲିଗୁଡ଼ା ଥାନାରେ ୨୬୭/୨୩ରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

Share