ଜବତ ଗଞ୍ଜେଇ, ବ୍ରାଉନସୁଗାର ନଷ୍ଟ କରାଗଲା

ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ(୦୩)): ବ୍ରହ୍ମପୁର ଜିଲା ପୋଲିସ, ଅବକାରୀ ଗୋଇନ୍ଦା ଏବଂ ବ୍ରହ୍ମପୁର ଜିଲା ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଥିବା ୬୩୪୦ କିଲୋ ଗଞ୍ଜେଇ ଏବଂ ୨୬୮ ଗ୍ରାମ୍‌ ବ୍ରାଉନ ସୁଗାର ନଷ୍ଟ କରାଯାଇଛି।

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଡ୍ରଗ୍ସ ଡିସ୍ପୋଜାଲ୍‌ କମିଟି ଶେରଗଡ଼ରେ ଥିବା ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ନଷ୍ଟ କରାଯାଇଛି। କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ୍‌, ଅବକାରୀ ଅଧୀକ୍ଷକ ଆର୍‌.ଏନ୍‌ ନାୟକ ଓ ଶେରଗଡ଼ ତହସିଲଦାରଙ୍କ ଉପସ୍ଥିତିରେ ନିଶାଦ୍ରବ୍ୟ ନଷ୍ଟ କରାଯାଇଛି। ବ୍ରହ୍ମପୁର ପୋଲିସର ୪ଟି ମାମଲା, ଅବକାରୀ ଗୋଇନ୍ଦାର ୧୨୬ ମାମଲା ଓ ବ୍ରହ୍ମପୁର ଅବକାରୀର ୪୨ ମାମଲାରେ ଜବତ ହୋଇଥିବା ଗଞ୍ଜେଇକୁ ନଷ୍ଟ କରାଯାଇଛି। ପୂର୍ବରୁ ୪୯୭୨ କିଲୋ ଗଞ୍ଜେଇ, ୯.୪୮ଗ୍ରାମ୍‌ ବ୍ରାଉନସୁଗାର ନଷ୍ଟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ଡ୍ରଗସ୍‌ ଡିସ୍ପୋଜାଲ୍‌ କମିଟି ୧୧, ୩୧୩ କିଲୋ ଗଞ୍ଜେଇ ଓ ୨୭୭.୪୮ ଗ୍ରାମ୍‌ ବ୍ରାଉନସୁଗାର ନଷ୍ଟ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା.ସବଣା ବିବେକ ଏମ୍‌ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

Share