ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜିଙ୍କ ଅପିଲ୍‌

ଭଦ୍ରକ,୧।୧୦:ଭଦ୍ରକ ଧାମନଗର ଯାଇଛନ୍ତି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ। ଭଦ୍ରକ ଧାମନଗରରେ ପହଞ୍ଚି ପୋଲିସ ଡିଜି ୱାଇ.ବି ଖୁରାନିଆ ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ସହ ଆଲୋଚନା ହୋଇଛି। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିଛନ୍ତି।
ଏହି ସମୟରେ  ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜି ଅପିଲ୍‌  କରିଛନ୍ତି। ଧାମନଗର ଥାନାରେ ସମୀକ୍ଷା ପରେ ଡିଜିପି ଅପିଲ୍ କରିଛନ୍ତି।. ସେ କହିଛନ୍ତି ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି।
ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ। ପୋଲିସ ଗୁରୁଦାୟିତ୍ବ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ’
ଭଦ୍ରକ ସ୍ଥିତି ଧିରେଧିରେ ସୁଧୁରିବାର ଲାଗିଛି। ପୂର୍ବରୁ ଗିରଫ ସଂଖ୍ୟା ୧୫ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୨୭ରେ ପହଞ୍ଚିଛି। ପୁରୁଣାବଜାର ଥାନାରୁ ୧୦ ଜଣ ଓ ଧାମନଗର ଥାନାରୁ ୧୨ଜଣଙ୍କୁ ଗିରଫ କରାଯାଇଛି।