ଆଇପିଏସ ଆଶିଷ ସିଂଙ୍କୁ ନେଇ ମୁହଁ ଖୋଲିଲେ ଡିଜି, କହିଲେ…

ଭୁବନେଶ୍ୱର,୨୮।୬: ଆଇପିଏସ ଆଶିଷ ସିଂଙ୍କୁ ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ଡିଜିପି କହିଛନ୍ତି, ଜୁନ ୩ ତାରିଖଠାରୁ ଆଶିଷ କାର୍ଯ୍ୟରେ ଯୋଗଦେଇଛନ୍ତି। ଗତ ୧୭ରେ ଡିଜିପି କ୍ୟାମ୍ପ ଅଫିସ ମିଟିଂରେ ବି ସାମିଲ ଥିଲେ।

ଆଶିଷ ତାଙ୍କ ଜଏନିଂ ରିପୋର୍ଟ ଏସଆଇଡବ୍ଲୁରେ ଦେଇଛନ୍ତି। ଏବେ ଗୃହ ବିଭାଗକୁ ଏନେଇ ଅବଗତ କରାଇ ଦିଆଯାଇଛି ବୋଲି ଡିଜିପି କହିଛନ୍ତି।

ଆଶିଷ ସିଂ ଏବେ କେଉଁଠି ବୋଲି ଗୃହ ବିଭାଗ ପ୍ରଶ୍ନ କରିଥିଲା। ଏନେଇ ପୋଲିସ ଡିଜିଙ୍କୁ ଗୃହ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖି ଆଶିଷ ସିଂ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ପଚାରିଥିଲେ। ଯାହାକୁ ନେଇ ଡିଜି ଗୁରୁବାର ସୂଚନା ଦେଇଛନ୍ତି।

Share