ବ୍ରହ୍ମପୁର ଅଫିସ,୮।୫: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ଶନିବାର ବ୍ରହ୍ମପୁର ଅଚାନକ ଗସ୍ତରେ ଆସିଛନ୍ତି। ବ୍ରହ୍ମପୁର ଏସ୍ପି ଓ ଗଞ୍ଜାମ ଏସ୍ପିଙ୍କୁ ନେଇ କରୋନାର ସଠିକ ମୁକାବିଲା କିପରି କରାଯାଇପାରିବ ସେ ନେଇ ସମୀକ୍ଷା କରିଛନ୍ତି। ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି। ଜରୁରୀ ଆବଶ୍ୟକ ହେଲେ ଘରୁ ବାହାରିଲେ ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ପରେ ସେ ଆନ୍ଧ୍ର-ଓଡ଼ିଶା ସୀମା ଗିରିସୋଲାରେ ଥିବା ଚେକ୍ ପୋଷ୍ଟ ପରିଦର୍ଶନରେ ଯିବେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି।ପୋଲିସ ଡିଜିଙ୍କ ସହ ଏଡିଜେ (ଆଇନ ଓ ଶୃଙ୍ଖଳା )ଯଶଓ୍ବନ୍ତ ଜେଠଓ୍ବା, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ର୍ରହ୍ମପୁର ଏସ୍ପି ପିନାକ ମିଶ୍ର ଓ ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।