Posted inଫୁରସତ

ଡ୍ୟୁଟିରେ ଶୋଇବାରୁ ବୋନସ୍‌ ହରାଇଲା ପୋଲିସ ଡଗ୍‌

ବେଜିଂ: ସାଧାରଣତଃ କୁକୁରମାନଙ୍କୁ ସବୁଠାରୁ ବୁଦ୍ଧିମାନ୍‌ ଓ ବିଶ୍ବସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଇଥାଏ। ତେବେ ଚାଇନାର ଏକ ପୋଲିସ ଡଗ୍‌ ‘ଫୁଜଇ’ ଡ୍ୟୁଟିରେ ଥିବା ସମୟରେ ଶୋଇପଡ଼ି ଓ ନିଜ ଖାଦ୍ୟପାତ୍ରରେ ପରିସ୍ରା କରି ନିଜ ବାର୍ଷିକ ବୋନସ୍‌କୁ ହରାଇଛି। ୨୦୨୩ ଅଗଷ୍ଟ ୨୮ରେ ଜନ୍ମ ହୋଇଥିବା ଫୁଜଇକୁ ଶାଙ୍ଗଲେ କାଉଣ୍ଟି ଜନ ସୁରକ୍ଷା ବ୍ୟୁରୋର ଜଣେ ପ୍ରଶିକ୍ଷକ ଜାଓ କ୍ୱିଙ୍ଗ୍‌ସୁଇ ଚାଇନାର ୱେଇଫାଙ୍ଗ୍‌ସ୍ଥିତ ପୋଲିସ ଡଗ୍‌ ଟ୍ରେନିଂ ବେସ୍‌କୁ ଦାନ କରିଥିଲେ। ସେଠାରେ ତାଲିମ ପରେ ୨୦୨୪ ଜାନୁଆରୀରେ ଫୁଜଇ ଚାଇନା ପୋଲିସର ସ୍ପେଶାଲ୍‌ ଫୋର୍ସରେ ବିସ୍ଫୋରକ-ଚିହ୍ନଟ ଅପରେଟିଭ୍‌ (ରିଜର୍ଭ) ଭାବେ ନିଯୁକ୍ତ ହୋଇଥିଲା। ୨୦୨୪ ମାର୍ଚ୍ଚ ସୁଦ୍ଧା ସେ ନିଜର ସୁନ୍ଦର ହସ ଓ ଚିତ୍ତାକର୍ଷକ ଶରୀର ହେତୁ ଇଣ୍ଟରନେଟ୍‌ର ସେନ୍ସେସନ୍‌ ପାଲଟିଯାଇଥିଲା। ପରେ ଫୁଜଇ ପୋଲିସ ଡଗ୍‌ମାନଙ୍କ ପାଇଁ ଆବଶ୍ୟକ କଠୋର ମାନଦଣ୍ଡକୁ ପୂରଣ କରି ଅକ୍ଟୋବର ୨୦୨୪ରେ ପୂର୍ଣ୍ଣ ରୂପରେ ପୋଲିସ ଡଗ୍‌ର ମାନ୍ୟତା ପାଇଥିଲା। ୨୦୨୪ରେ ଫୁଜଇ ପୋଲିସ ଅଧିକାରୀ ଭାବେ ଅନେକ ସୁରକ୍ଷା କାର୍ଯ୍ୟକୁ ସଫଳତାର ସହ ସମାପ୍ତ କରି ବହୁ ଖ୍ୟାତି ଅର୍ଜନ କରିଥିଲା। ଫଳରେ ବର୍ଷର ବାର୍ଷିକ ବୋନସ୍‌ ଭାବେ ଫୁଜଇକୁ ନାଲି ଫୁଲ, ଖେଳନା ଏବଂ ଅନେକ ଉପହାର ସହ ଖାଇବାକୁ ସ୍ନାକ୍ସ ଦିଆଯାଇଥିଲା। କିନ୍ତୁ ନିକଟରେ ଫୁଜଇ ଡ୍ୟୁଟିରେ ଥିବା ସମୟରେ ଏକଦା ଶୋଇ ପଡ଼ିଥିଲା ଓ ନିଜ ଖାଦ୍ୟପାତ୍ରରେ ପରିସ୍ରା କରିଥିଲା। ତେଣୁ ଫୁଜଇକୁ ବୋନସ୍‌ ଭାବେ ମିଳିଥିବା ସ୍ନାକ୍ସକୁ ଅଧିକାରୀମାନେ ଜବତ କରିଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପୋଲିସ ଅଧିକାରୀ ଫୁଜଇ ସହ ସାକ୍ଷାତ୍‌ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ଭିଡିଓରେ ଅଧିକାରୀ ଜଣକ ଫୁଜଇକୁ କହୁଛନ୍ତି, ”ତୁମେ ଚଳିତ ବର୍ଷ ବହୁତ ଭଲ ପ୍ରଦର୍ଶନ କରିଛ। ପୋଲିସ ଡଗ୍‌ମାନଙ୍କ ପାଇଁ ଆବଶ୍ୟକ ଥିବା ଲେଭଲ ୪ ଟ୍ରେନିଂକୁ ମଧ୍ୟ ସଫଳତାର ସହ ପୂରା କରିଛ। କିନ୍ତୁ ଡ୍ୟୁଟିରେ ଥିବା ସମୟରେ ତୁମେ ଶୋଇଯାଇଥିଲ ଓ ନିଜ ଖାଦ୍ୟପାତ୍ରରେ ମଧ୍ୟ ତୁମେ ପରିସ୍ରା କରିଥିଲ। ତେଣୁ ବାର୍ଷିକ ବୋନସ୍‌ ଆକାରରେ ତୁମକୁ ମିଳିଥିବା ସ୍ନାକ୍ସକୁ ଆମେ ଛଡ଼ାଇନେବାକୁ ବାଧ୍ୟ ହୋଇଛୁ।“


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri