ଭୟମୁକ୍ତ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ

ଏମ୍‌ଭି-୭୯,୧୩ା୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ମାଲକାନଗିରି ଜିଲା ଏମ୍‌ଭି-୭୯ ଥାନା ପକ୍ଷରୁ ରବିବାର ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ମୁକୁନ୍ଦ ମେଳକାଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଥାନା ପରିସରରୁ ବାହାରି ମୁଖ୍ୟ ବଜାର ଦେଇ ଇରିଗେଶନ କଲୋନୀ, ମେଡିକାଲ, ହାଇସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଜନସାଧାରଣ ଯେପରି ଭୟମୁକ୍ତ ହୋଇ ସୁରକ୍ଷିତ ଭାବେ ନିଜ ମତଦାନ ସାବ୍ୟସ୍ତ କରିବେ ସେ ନେଇ ପୋଲିସ ପକ୍ଷରୁ ଏହି ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିବା ଥାନା ଅଧିକାରୀ ମେଳକା କହିଛନ୍ତି l