ଶାନ୍ତିପୂର୍ଣ୍ଣ, ଅବାଧ ନିର୍ବାଚନ ପାଇଁ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଛତ୍ରପୁର,୧୭ା୩(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଏକ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ସାଧାରଣ ନିର୍ବାଚନକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ରବିବାର ପୂର୍ବାହ୍ନରେ ଛତ୍ରପର ଏସ୍‌ଡିପିଓ ଗୌରହରି ସାହୁ ଓ ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ଦାସଙ୍କ ନେତୃତ୍ୱରେ ଛତ୍ରପୁର ଥାନାର ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ସ୍ଥାନୀୟ ଲୋୟର ବସ୍‌ଷ୍ଟାଣ୍ଡରୁ ବାହାରି ସହରର ବିଭିନ୍ନ ସ୍ଥାନରେ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ବହୁ ବୈଠକ ଓ ରଣନୀତି କରାଯାଇଛି। ବିଶେଷକରି ପେସାଦାର ଅପରାଧୀ ଓ ଜେଲ୍‌ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଜଣେ ନାଗରିକ ଭୟଭୀତ ନ ହୋଇ ଶାନ୍ତିଶୃଙ୍ଖଳାରେ ମତଦାନ କରିବା ନିମନ୍ତେ ଏହି ଫ୍ଲାଗ୍‌ମାର୍ଚ୍ଚ ଜରିଆରେ ସଚେତନ କରାଯାଇଛି।