ରାମନବମୀ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ

ବାଲେଶ୍ୱର ଅଫିସ, ୨୧।୩: ବାଲେଶ୍ୱର ସହରରେ ରାମନବମୀ ଉତ୍ସବ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଇଁ ସୋମବାର ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ତତ୍ତ୍ୱାବଧାନରେ ରାପିଡ୍‌ ଆକ୍ସନ ଫୋର୍ସ ଏବଂ ଜିଲା ପୋଲିସ ମିଳିତ ଭାବେ ସହରରେ ଫ୍ଲାଗମାର୍ଚ୍ଚ କରିଥିଲେ।
ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ କହନ୍ତି, ରାମନବମୀ ପରିପ୍ରେକ୍ଷୀରେ ସହରରେ ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ପରିଦର୍ଶନ କରାଯାଉଛି। ଆଗାମୀ ଦିନରେ ଆସୁଥିବା ରାମନବମୀ ଉତ୍ସବ ଶାନ୍ତି ଓ ଶୃଙ୍ଖଳାର ସହ ପାଳନ କରାଯିବ। ରାପିଡ୍‌ ଆକ୍ସନ ଫୋର୍ସକୁ ନେଇ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହେବା ପାଇଁ ଥିବା କୌଶଳ ପ୍ରସ୍ତୁତ କରିବୁ, ଯେପରି ରାମନବମୀ ଉତ୍ସବ ବିନା ଗଣ୍ଡଗୋଳ ଓ ଅସୁବିଧାରେ ସମ୍ପନ୍ନ ହେବ। ଆସନ୍ତା ୨୨ ତାରିଖରେ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହେବ। ଜିଲାପାଳଙ୍କ ଉପସ୍ଥିତିରେ ସମସ୍ତ ବୁଦ୍ଧିଜୀବୀ, ଲାଇନ୍‌ ଡିପାର୍ଟମେଣ୍ଟ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରାଯାଇ ନୀତି ସ୍ଥିର ହେବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ...

ହୀରକ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ପଞ୍ଚଲିଙ୍ଗେଶ୍ୱର, ୨୮।୧୨(ଲେଲିନ୍‌ କୁମାର ଦେ)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡିଆ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉଦ୍‌ଘାଟିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ...

ସହାୟତା ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକୋ

କୋକସରା,୨୮ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ମହାଜନଗୁଡ଼ା ଶିଉନି ମଧ୍ୟରେ ଏକ ଗାଡ଼ି ଧକ୍କାରେ କେନ୍ଦୁଡ଼ଙ୍ଗରି ଗ୍ରାମର ଧବଳେଶ୍ବର...

ମେଧାବୀ ଛାତ୍ରୀଙ୍କୁ ସହାୟତା

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ମେଧାବୀ ଛାତ୍ରୀ ସୁମିତ୍ରା କରନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୁଭକାମନା...

ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା

ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ...

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ...

ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର

କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri