ପୋଲିସ୍‌ର ଫ୍ଲାଗ ମାର୍ଚ୍ଚ

ଭଦ୍ରକ ଅଫିସ,୨୧।୩: ମାର୍ଚ୍ଚ ୩୦ରେ ଭଦ୍ରକର ପ୍ରସିଦ୍ଧ ରାମନବମୀ ନଗରସଂକୀର୍ତ୍ତନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଭଦ୍ରକ ପୋଲିସ । ଏନେଇ ମଙ୍ଗଳବାର ଭଦ୍ରକ ସହର ବନ୍ତ ଛକଠାରୁ ରାପିଡ୍‌ ଆକ୍ସନ ଫୋର୍ସ ଏବଂ ଭଦ୍ରକ ପୋଲିସ ପକ୍ଷରୁ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏଥିରେ ସିଟି ଡିଏସ୍‌ପିଙ୍କ ସମେତ ଆର୍‌ଏଏଫ୍‌ କମାଣ୍ଡାଣ୍ଟ ଦିଲୀପ କୁମାର ବେହେରା, ଟାଉନ ଥାନା ଅଧିକାରୀ ଉମାଶଙ୍କର ନାୟକଙ୍କ ସହ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ରାମନବମୀରେ ଯେଉଁ ସବୁ ରାସ୍ତା ଦେଇ ଶୋଭାଯାତ୍ରା ଆସିବ ସେହି ରାସ୍ତାରେ ଫ୍ଲାଗମାର୍ଚ୍ଚ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ରାପିଡ୍‌ ଆକ୍ସନ ଫୋର୍ସ ସପ୍ତାହ ଯାଏ ଭଦ୍ରକରେ ରହିବେ ବୋଲି ଜଣାପଡିଛି।