ମୁମ୍ବାଇ,୧୪।୧୧: ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ୨୩ରେ ଆସିବ ଫଳାଫଳ। ଏହି ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଶକ୍ତି ପ୍ରଦର୍ଶନ କରିବାରେ ବ୍ୟସ୍ତ। ଏହାରି ଭିତରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି ମହାରାଷ୍ଟ୍ରର ସୋଲାପୁରରେ ପହଞ୍ଚିଥିଲେ। ସେଠାରେ ନିର୍ବାଚନୀ ପ୍ରଚାର କରୁଥିଲେ। ଠିକ୍ ସମୟରେ ମଞ୍ଚ ଉପରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ସମସ୍ତେ ଆଶର୍ଯ୍ୟ ହୋଇଯାଇଥିଲେ। ମଞ୍ଚ ଉପରେ ଓଓ୍ବେସିଙ୍କୁ ପୋଲିସ ନୋଟିସ ଧରାଇଥିଲା।
ବୁଧବାର ଦିନ ଓୱେସି ସୋଲାପୁର କେନ୍ଦ୍ରୀୟ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଫାରୁକ ଶାବଡିଙ୍କ ପ୍ରଚାର ରାଲିରେ ଯୋଗଦେବାକୁ ଆସିଥିଲେ। ଏହି ସମୟରେ ମହାରାଷ୍ଟ୍ର ପୋଲିସ କର୍ମଚାରୀମାନେ ମଞ୍ଚ ଉପରେ ଓୱେସିଙ୍କୁ ନୋଟିସ ଦେଇଥିଲେ। ଏହି ନୋଟିସ ଜରିଆରେ ନିଜ ଭାଷଣରେ କୌଣସି ବି ସମ୍ପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଇବା କିମ୍ବା ହେଟ୍ ସ୍ପିଚ ନ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଏନଏସର ଧାରା ୧୬୮ ଅନୁଯାୟୀ ଓୱେସିଙ୍କୁ ପୋଲିସ ଏହି ନୋଟିସ ଦେଇଛି।