କେନାଲରେ ଭାସୁଥିବା ମୃତ ମହିଳାଙ୍କ ମିଳିଲା ପରିଚୟ

କୋକସରା,୩୦।୯(ଡି.ଏନ.ଏ): ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା। ଶୁକ୍ରବାର ମୃତ ମହିଳାଙ୍କ ପରିଚୟ ମିଳିଛି। ମହିଳା ଜଣକ ହେଉଛନ୍ତି ଜୟପାଟଣା ବ୍ଲକ ସର୍ଗିଗୁଡା ପଞ୍ଚାୟତ ସାନପୁଝାରି ଗୁଡା ଗ୍ରାମର ନୀଳ ଯାନୀ ଙ୍କ ସ୍ତ୍ରୀ ଶନିବାରି ଯାନୀ (୪୫) । ଗତକାଲି ସକାଳେ ଶୌଚ ପାଇଁ ଗାଁ ନିକଟରେ ଥିବା କେନାଲକୁ ଯାଇଥିବା ବେଳେ ସେ କେନାଲର ପ୍ରବଳ ସ୍ରୋତରେ ପଡି ପ୍ରାୟ ୩୦ କିଲୋମିଟର କେନାଲ ପାଣିରେ ଭାସିଯାଇଥିଲେ। ମେଗାଲିଫ୍ଟ କେନାଲର ଶେଷ ମୁଣ୍ଡ ନେଗିଗୁଡା ନିକଟରେ ଥିବା ଚେନାଲ ଗେଟରେ ତାଙ୍କ ମୃତଦେହ ଲାଗିଥିଲା। ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ଗୁରୁବାର ସାରେ ମୃତଦେହକୁ କୋକସରା ଦମକଳ କର୍ମଚାରୀ ଉଦ୍ଧାର କରିଥିଲେ। କୋକସରା ପୋଲିସ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଥିଲେ। ସେଠାରେ ବ୍ୟବଚ୍ଛେଦ ହେବା ପରେ ଶୁକ୍ରବାର ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର ହୋଇଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।

Share