ଇଡିକୁ ଏଫ୍‌ଆଇଆର୍‌ କପି ହସ୍ତାନ୍ତର କଲା ପୋଲିସ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପୋଲିସ ଅଧିକାରୀଙ୍କୁ ମାୟାଜାଲରେ ଫସାଇ ଟଙ୍କା ହଡ଼ପ କରିଥିବା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଜେଲ୍‌ରେ ଅଛନ୍ତି। ବର୍ତ୍ତମାନ ଏହି ମାମଲାକୁ ନେଇ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଖୋଡତାଳ କରୁଛି। ତେବେ ପୋଲିସ ଦୁଇଟି ଏଫ୍‌ଆଇଆର୍‌ କପି ଇଡିକୁ ହସ୍ତାନ୍ତର କରିଛି। ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Share